ରାଜ୍ୟ

୭ଦିନ ପୂର୍ବରୁ ମହାବାତ୍ୟା ଆକଳନ କରିବା ବିଜ୍ଞାନସମ୍ମତ ନୁହେଁ

ଭୁବନେଶ୍ବର: ବଙ୍ଗୋପସାଗରରେ ମହାବାତ୍ୟା ସୃଷ୍ଟି ହେବାର ସମ୍ଭାବନା ଥିବା କଥା ଚର୍ଚ୍ଚାକୁ ଆସିଥିବା ବେଳେ ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମତ ରଖାଯାଇଛି। ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟ୍ ଜରିଆରେ କୁହାଯାଇଛି ଗୁଜବଠୁ ଦୂରେଇ ରହନ୍ତୁ। ବାତ୍ୟା ନେଇ କୌଣସି ସୂଚନା ଜାରି ହୋଇନି। କୌଣସି ପୂର୍ବାନୁମାନ କରାଯାଇନଥିବା ପାଣିପାଗ ବିଭାଗ ଟୁଇଟ୍ କରି କହିଛି। ୭ଦିନ ପୂର୍ବରୁ ମହାବାତ୍ୟା ଆକଳନ କରିବା ବିଜ୍ଞାନସମ୍ମତ ନୁହେଁ। ବିଭାଗ କହିଛି ପାଣିପାଗ ସୂଚନା ଦେବା ପାଇଁ ଆମେ ୨୪ଘଣ୍ଟା କାର୍ଯ୍ୟରତ। ଏଣୁ ଆପଣମାନେ ‘ଗୁଜବ’ଠୁ ଦୂରେଇ ରୁହନ୍ତୁ।
ସୂଚନାଯୋଗ୍ୟ, ଅକ୍ଟୋବର ୧୮ରୁ ୨୫ ମଧ୍ୟରେ ବଙ୍ଗୋପସାଗରରେ ମହାବାତ୍ୟା ସୃଷ୍ଟି ହେବାର ସମ୍ଭାବନା ଥିବା କଥା ଆମେରିକାର ପାଣିପାଗ ପୂର୍ବାଭାସ ମଡେଲ୍ ‘ଗ୍ଲୋବାଲ୍ ଫୋରକାଷ୍ଟ୍ ସିଷ୍ଟମ୍’ (ଜିଏଫ୍ଏସ୍) ସୂଚନା ଦେଇଥିବା କଥା ‘ଦି ବିଜିନେସ୍ ଷ୍ଟାଣ୍ଡାର୍ଡ’ ରିପୋର୍ଟ କରିଛି।
କାନଡାସ୍ଥିତ ସସ୍କାଚ୍ୱାନ୍ ବିଶ୍ବବିଦ୍ୟାଳୟର ପାଣିପାଗ ଓ ଜଳବାୟୁ ଉପରେ ‘ପିଏଚ୍ଡି’ କରୁଥିବା ଗବେଷକ ତଥା ପାଣିପାଗ ବିଶେଷଜ୍ଞ ମୋସ୍ତାଫା କମଲ୍ ପଲାଶ୍ ସୋମବାର ଦିନ କହିଛନ୍ତି, ଅକ୍ଟୋବର ୧୭ରେ ସୃଷ୍ଟି ହେବାର ସମ୍ଭାବନା ଥିବା ଲଘୁଚାପଟି ଅକ୍ଟୋବର ୧୮ ସୁଦ୍ଧା ତୀବ୍ରତର ହୋଇ ସାମୁଦ୍ରିକ ବାତ୍ୟା ପାଲଟିବ ବୋଲି ଜଣାପଡୁଛି। ଏହି ସାମୁଦ୍ରିକ ବାତ୍ୟାର ନାମ ‘ସିତ୍ରାଂ’ ରଖାଯିବ ବୋଲି ସେ କହିଛନ୍ତି।
ଏହି ସମ୍ଭାବ୍ୟ ବାତ୍ୟା ବାଲାଂଦେଶର ସୁନ୍ଦରବନ ଉପକୂଳ ଓ ଭାରତର ପଶ୍ଚିମବଙ୍ଗ ଉପକୂଳରେ ସ୍ଥଳଭାଗରେ ପ୍ରବେଶ କରିପାରେ ବୋଲି ୩ ଦିନ ତଳେ ପୂର୍ବାନୁମାନ ସୂଚନା ଦେଇଥିଲା। କିନ୍ତୁ, ରବିବାର ଦିନ ଜାରି ପୂର୍ବାନୁମାନରେ ସୂଚନା ଦିଆଯାଇଛି ଯେ, ସମ୍ଭାବ୍ୟ ବାତ୍ୟା ଭାରତର ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗରେ ପ୍ରବେଶ କରିପାରେ।
ମୋସ୍ତାଫା କମଲ୍ ପଲାଶ୍ ‘ଦି ବିଜିନେସ୍ ଷ୍ଟାଣ୍ଡାର୍ଡ’କୁ କହିଛନ୍ତି, ଏହି ଶକ୍ତିଶାଳୀ ସାମୁଦ୍ରିକ ବାତ୍ୟା ଭାରତୀୟ ରାଜ୍ୟ ଆନ୍ଧ୍ରପ୍ରଦେଶରୁ ବାଂଲାଦେଶ ଏବଂ ଭାରତର ପଶ୍ଚିମବଙ୍ଗସ୍ଥିତ ସୁନ୍ଦରବନ ଉପକୂଳରେ ସ୍ଥଳଭାଗ ପ୍ରବେଶ (ଲ୍ୟାଣ୍ଡଫଲ୍) କରିବାର ସମ୍ଭାବନା ଅଛି।

Leave a Reply

Your email address will not be published. Required fields are marked *