ଆମ ଜିଲ୍ଲା ଖବର
ନିର୍ମାଣଧୀନ ବ୍ରିଜ ଭୁଷୁଡିବା ଘଟଣାରେ କେନ୍ଦ୍ରାପଡା ଜିଲାପାଳଙ୍କ ହାଲୁକା ମନ୍ତବ୍ଯ ଦୁର୍ଭାଗ୍ଯଜନକ: ଆପ୍

କେନ୍ଦ୍ରାପଡା : ଗୁଲନଗର ସ୍ଥିତ ଚଟିପୋଲ ନିକଟରେ ଦୁର୍ଭାଗ୍ୟପୂର୍ଣ୍ଣ ପରିସ୍ଥିତିରେ ନିର୍ମାଣାଧୀନ ବ୍ରିଜ ଭୁଷୁଡିବା ଘଟଣାରେ ଜିଲାପାଳଙ୍କ ହାଲୁକା ମନ୍ତବ୍ଯ କୁ ସମାଲୋଚନା କରିବା ସହ ସରକାରୀ କଳର ଉଦାସୀନତା ଏବଂ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମିଳିଭଗତ ରେ ହୋଇଥିବା ନିମ୍ନମାନର କାମର ଉପଯୁକ୍ତ ତଦନ୍ତ ଦାବି କରିଛି ଆମ ଆଦମି ପାର୍ଟି। ଜିଲ୍ଲା କାର୍ଯ୍ୟାଳୟରେ ଆମ ଆଦମୀ ପାର୍ଟି ଜିଲ୍ଲା ସଂଗଠନ ତରଫରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ 5T ଓ ସରକାରଙ୍କ ସ୍ବଛତା ଉପରେ ପ୍ରଶ୍ନ କରିଛନ୍ତି ଜିଲା ସଭାପତି ସନ୍ଦିପ ଦାସ । 2016 ରୁ କାମର ଶୁଭାରମ୍ଭ ନିଜେ ମୁଖ୍ଯମନ୍ତ୍ରୀ କରିଥିଲେ ମଧ୍ଯ ଇତି ମଧ୍ଯ ରେ 7 ବର୍ଷ ବିତିଯାଇଥିଲେ ମଧ୍ଯ ଅଦ୍ୟାବଧି କାମ ସମ୍ପୁର୍ଣ୍ଣ ନହେବା ଦୁର୍ଭାଗ୍ଯ ଜନକ କହିବା ସହ କାମର ଗୁଣବତ୍ତା ଉପରେ ପ୍ରଶ୍ନ କରିଛନ୍ତି ସନ୍ଦିପ।
