ରାଜ୍ୟ

୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ’ଏସିଆନ୍‌’ର ପ୍ରତିନିଧି ଦଳ

ଭୁବନେଶ୍ବର: ଆସୋସିଏସନ୍ ଅଫ୍ ସାଉଥ ଇଷ୍ଟ ଏସିଆନ ନେସନ୍ସ ବା ଏସିଆନ୍‌ର ଏକ ପ୍ରତିନିଧି ଦଳ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏଥିରେ ଏସିଆନ୍‌ର ୧୦ ଦେଶର ରାଷ୍ଟ୍ରଦୂତ ସାମିଲ ଅଛନ୍ତି। ସେମାନେ ଦୁଇ ଦିନ ଓଡ଼ିଶାରେ ରହିବେ। ଏହି ଅବସରରେ ସରକାରୀ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବେ। ମୁଖ୍ୟମନ୍ତ୍ରୀଙ୍କ ସହ ବି ଆଲୋଚନା କରିବେ। ଏହା ସହ ରାଜ୍ୟର ବିଭିନ୍ନ ସ୍ଥାନ ବୁଲି ଦେଖିବେ।
ଡେରାସରେ ସି ଫୁଡ ପ୍ରୋସେସିଙ୍ଗଠାରୁ ଆରମ୍ଭ କରି ଅନ୍ୟାନ୍ୟ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ବୁଲି ଦେଖିବେ ଏହି ପ୍ରତିନିଧିଦଳ। କୋଣାର୍କ, ପୁରୀ, ରାଜାରାଣୀ ଭଳି ପର୍ଯ୍ୟଟନସ୍ଥଳୀ ମଧ୍ୟ ପରିଦର୍ଶନ କରିବେ ।

ନିକଟ ଅତୀତରେ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଅନେକ ରାଷ୍ଟ୍ରର ରାଷ୍ଟ୍ରଦୂତ ଆଲୋଚନା କରିଥିଲେ। ସେତେବେଳେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଓଡ଼ିଶା ଆସିବା ପାଇଁ ନିମନ୍ତ୍ରଣ କରିଥିଲେ। ଏବେ ସେମାନେ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ପ୍ରତିନିଧି ଦଳରେ ମିଆଁମାର, ସିଙ୍ଗାପୁର,ଥାଇଲାଣ୍ଡ, ଫିଲିଫାଇନ୍ସ, ଇଣ୍ଡୋନେସିଆ, ମାଲେସିୟା ଆଦି ଦେଶର ରାଷ୍ଟ୍ରଦୂତ ଅଛନ୍ତି। ଏ ନେଇ ଶିଳ୍ପମନ୍ତ୍ରୀ ପ୍ରତାପ ଦେବ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *