ରାଜ୍ୟ

ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ୧୭ଟି ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ ମନ୍ତ୍ରିମଣ୍ଡଳର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୧୭ଗୋଟି ପ୍ରକଳ୍ପକୁ ରାଜ୍ୟ ମନ୍ତ୍ରିମଣ୍ଡଳ ଅନୁମୋଦନ କରିଛନ୍ତି। ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହି ସୂଚନା ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଛନ୍ତି ଯେ, ୧୭ଟି ପ୍ରକଳ୍ପ ମଧ୍ୟରେ କୃଷି ଓ କୃଷକ ସଶକ୍ତିକରଣ, ପଂଚାୟତରାଜ ଓ ପାନୀୟ ଜଳ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା, ଷ୍ଟିଲ ଏବଂ ମାଇନ୍ସ ଓ ଜଳ ସଂପଦ ଆଦି ପ୍ରକଳ୍ପକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି।
ରାଜ୍ୟ ସରକାର ପାନୀୟ ଜଳ ପ୍ରକଳ୍ପ ନେଇ ଗୁରୁତ୍ବପୂର୍ର୍ଣ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାର ୨୦୨୪ ସୁଦ୍ଧା ପ୍ରତ୍ୟେକ ଘରକୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରିଛନ୍ତି। ଏହି ପ୍ରରିପ୍ରେକ୍ଷିରେ ଜେଜେଏମ୍‌ ଯୋଜନାରେ ଢେଙ୍କାନାଳ, କେନ୍ଦ୍ରାପଡ଼ା ଓ ବାଲେଶ୍ୱର ଜିଲ୍ଲାରେ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପକୁ ମଂଜୁରୀ ଦେଇଛନ୍ତି। ଢେଙ୍କାନାଳ ଜିଲ୍ଲାରେ ୪ଟି, କେନ୍ଦ୍ରାପଡ଼ା ଜିଲ୍ଲାରେ ୩ଟି ଓ ବାଲେଶ୍ବର ଜିଲ୍ଲାରେ ୨ଟି ବୃହତ୍‌ ପାନୀୟ ଜଳ ପ୍ରକଳ୍ପ ପାଇଁ ରାଜ୍ୟ ସରକାର କ୍ୟାବିନେଟ୍‌ରେ ମୋହର ମାରିଛନ୍ତି।
ଢେଙ୍କାନାଳ ଜିଲ୍ଲାରେ ୪ ଗୋଟି ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପକୁ ଇପିସି ନିବିଦା ମାଧ୍ୟମରେ କାର୍ଯ୍ୟକାରୀ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଉକ୍ତ ପ୍ରକଳ୍ପ ଦ୍ବାରା ଉପରୋକ୍ତ ଜିଲ୍ଲାର ୪ ଗୋଟି ବ୍ଲକ ଅଧିନରେ ଥିବା ୭୧ଟି ଗ୍ରାମାପଂଚାୟତ ଅନ୍ତର୍ଗତ ୨୭୧ଟି ଗ୍ରାମରେ ବସବାସ କରୁଥିବା ପ୍ରାୟ ୩୨୨୨୦୪ ଜନସାଧାରଣଙ୍କୁ ନିରାପଦ ପାନୀୟ ଜଳ ଯୋଗାଇ ଦିଆଯିବ। ତନ୍ମଧ୍ୟରୁ କାମାକ୍ଷାନଗର ବ୍ଲକ ଅଧୀନରେ ଥିବା ୧୩ଗୋଟି ଗ୍ରାମପଂଚାୟତ ଅନ୍ତର୍ଗତ ୪୬ଟି ଗ୍ରାମର ପ୍ରାୟ ୫୨୯୧୪ ଜଣ, ପରଜଂଗ ବ୍ଲକ ଅଧୀନରେ ଥିବା ୨୯ଗୋଟି ଗ୍ରାମପଂଚାୟତ ଅନ୍ତର୍ଗତ ୯୨ଟି ଗ୍ରାମର ପ୍ରାୟ୧୩୫୨୪୩ ଜଣ, କଙ୍କଡାହାଡ ବ୍ଲକ ଅଧୀନରେ ଥିବା ୨୧ ଗୋଟି ଗ୍ରାମପଂଚାୟତ ଅନ୍ତର୍ଗତ ୧୦୬ଟି ଗ୍ରାମର ପ୍ରାୟ ୯୬୯୭୩ ଜଣ ଓ ସଦର ବ୍ଲକ ଅଧୀନରେ ଥିବା ୮ ଗୋଟି ଗ୍ରାମପଂଚାୟତ ଅନ୍ତର୍ଗତ ୨୭ଟି ଗ୍ରାମର ପ୍ରାୟ ୩୭,୦୭୪ ଜଣ ଲୋକ ଏହି ପାନୀୟ ଜଳ ପ୍ରକଳ୍ପ ଦ୍ବାରା ଉପକୃତ ହୋଇପାରିବେ।
କେନ୍ଦ୍ରାପଡ଼ା ଜିଲ୍ଲାର ୩‌ଗୋଟି ବ୍ଲକ ଅଧୀନରେ ଥିବା ୭୬ଟି ଗ୍ରାମପଂଚାୟତ ଅନ୍ତର୍ଗତ ୫୨୨ଟି ଗ୍ରାମରେ ବସବାସ କରୁଥିବା ପ୍ରାୟ ୪୩୫୧୯୦ ଜନସାଧାରଣଙ୍କୁ ନିରାପଦ ପାନୀୟ ଜଳ ଯୋଗାଇ ଦିଆଯିବ। ଏଥିରୁ ପଟ୍ଟାମୁଣ୍ଡାଇ ବ୍ଲକ ଅଧୀନରେ ଥିବା ୨୯ଟି ଗ୍ରାମପଂଚାୟତ ଅନ୍ତର୍ଗତ ୧୩୮ଟି ଗ୍ରାମର ପ୍ରାୟ ୧୫୫୩୩୪ ଜଣ, ରାଜନଗର ବ୍ଲକ ଅଧୀନରେ ଥିବା ୨୯ଟି ପଂଚାୟତ ଅନ୍ତର୍ଗତ ୨୪୯ଟି ଗ୍ରାମର ପ୍ରାୟ ୧୬୮୭୧୨ ଜଣ ଓ ଗରଦପୁର ବ୍ଲକ ଅନ୍ତର୍ଗତ ୧୮ଟି ପଂଚାୟତ ଅଧୀନରେ ଥିବା ୧୩୫ଟି ଗାଁର ୧୧୧୧୪୪ ଜଣ ଲୋକ ଏହି ପାନୀୟ ଜଳ ପ୍ରକଳ୍ପ ଦ୍ବାରା ଉପକୃତ ହେବେ।
ସେହିପରି ବାଲେଶ୍ବର ଜିଲ୍ଲାର ୩ଟି ବ୍ଲକ ଅଧୀନରେ ଥିବା ୪୧ଟି ଗ୍ରାମପଂଚାୟତ ଅନ୍ତର୍ଗତ ୩୦୧ଟି ଗ୍ରାମରେ ବସବାସ କରୁଥିବା ପ୍ରାୟ ୨୬୨୦୯୩ ଜନସାଧାରଣଙ୍କୁ ନିରାପଦ ପାନୀୟ ଜଳ ଯୋଗାଇ ଦିଆଯିବ। ତନ୍ମଧ୍ୟରୁ ବାଲେଶ୍ବର ବ୍ଲକ ଅଧୀନରେ ଥିବା ୧୪ଟି ଗ୍ରାମପଂଚାୟତ ଅନ୍ତର୍ଗତ ୮୧ଟି ଗ୍ରାମର ପ୍ରାୟ ୧୦୧୩୨୧ଜଣ, ରେମୁଣା ବ୍ଲକ ଅଧୀନରେ ଥିବା ୨୦ଟି ଗ୍ରାମପଂଚାୟତ ଅନ୍ତର୍ଗତ ୧୬୦ଟି ଗ୍ରାମର ପ୍ରାୟ ୧୨୧୨୧୦ ଜଣ ଓ ଖଇରା ବ୍ଲକ ଅଧୀନରେ ଥିବା ୭ ଗୋଟି ଗ୍ରାମପଂଚାୟତ ଅନ୍ତର୍ଗତ ୬୦ଟି ଗ୍ରାମର ୩୯,୫୬୨ ଜଣ ଲୋକ ଏହି ପାନୀୟ ଜଳ ପ୍ରକଳ୍ପ ଦ୍ବାରା ଉପକୃତ ହେବେ।

Leave a Reply

Your email address will not be published. Required fields are marked *