ଅପରାଧ
ଚାନ୍ଦୋଳରେ ହତ୍ୟାକାଣ୍ଡ। ସ୍ତ୍ରୀ କୁ ହାଣି ହତ୍ୟାକଲା ମଦ୍ୟପ ସ୍ବାମୀ

କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନା ଅନ୍ତର୍ଗତ ଅନ୍ତପୁର ଗ୍ରାମରେ ଅଭାବନୀୟ ଘଟଣା। ଘରୋଇ କଳହରୁ ଧାରୁଆ ଅସ୍ତ୍ର ରେ ସ୍ତ୍ରୀକୁ ହାଣି ହତ୍ୟାକଲା ମଦ୍ୟପ ସ୍ବାମୀ ଶଙ୍କର ମଲ୍ଲିକ । ସ୍ତ୍ରୀ ସସ୍ମିତା ମଲ୍ଲିକ ରକ୍ତ ଜୁଡୁବୁଡୁ ମୃତ ଦେହ କୁ ଜବତ କଲା ଚାନ୍ଦୋଳ ଫାଣ୍ଡି ପୋଲିସ। ଶ୍ବଶୁର ନିଜେ ଝିଅ ବାପ ଘରେ ଖବର ଦେବା ପରେ ଫେରାର ହୋଇଥିବା ସୁଚନା। ଝିଅ ସସ୍ମିତା ଦେହ ଖରାପ ଅଛି ବୋଲି ଝିଅ ଘରେ ଯାଇ ଦେଇଥିଲେ ଖବର, ଚାନ୍ଦୋଳ ଫାଣ୍ଡି ରେ ଏତଲା, ଘଟଣା ସ୍ଥଳରୁ ଶ୍ବଶୁର ରବୀନ୍ଦ୍ର ମଲ୍ଲିକ, ସ୍ୱାମୀ ଶଙ୍କର ମଲ୍ଲିକ, ଓ ଶାଶୁ ଅନିତା ମଲ୍ଲିକ ଫେରାର ଥିବା ସୁଚନା। ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ଛାନଭିନ ଜାରିରଖିଛି।