କଟକ ଓଡ଼ିଆବଜାର ରେ ମହିଳାଙ୍କ ଗଳା କାଟି ହତ୍ୟା

କଟକ ଓଡ଼ିଆବଜାର ରେ ସ୍ପଷ୍ଟ ଦିବାଲୋକରେ ମହିଳାଙ୍କୁ ଗଳା କାଟି ହତ୍ୟା କଲେ ଦୁର୍ବୃତ୍ତ। ଘରେ ଏକୁଟିଆ ଥିବା ବେଳେ ଅଜଣା ଦୁର୍ବୁତ୍ତ ଘଟାଇଲା ହତ୍ୟାକାଣ୍ଡ । ଓଡ଼ିଆବଜାର କୁତା ଖାଇ ଗଳିରେ ବି ଗୁଣାବତୀ କୁ ଘରେ କେହି ନଥିବା ବେଳେ ଅଜଣା ଦୁର୍ବୃତ୍ତ ଗଳା କାଟି କରିଛି ହତ୍ୟା । ସ୍ୱାମୀ ଘରକୁ ଆସି ଦେଖିବା ପରେ ପୋଲିସ କୁ ଦେଲେ ଖବର । ଶବ ଜବତ କରି ଶବ ବ୍ୟବଛେଦ ପାଇଁ ପଠାଇ ଅନୁସନ୍ଧାନ ଆରମ୍ଭ କରିଛି ଲାଲବାଗ ପୋଲିସ । ନା ଘରୁ କୌଣସି ଜିନିଷ ଚୋରି ହୋଇଛି ନା ସହିପଡ଼ିଶା ଙ୍କ ସହିତ କୌଣସି ବାଦବିବାଦ ହୋଇଥିଲା । ଏଭଳି ଏକ ଅଘଟଣା କୁ ନା ପରିବାର ଲୋକ ନା ସହିପଡ଼ିଶା କେହି ବି ଗ୍ରହନ କରିପାରୁନାହାନ୍ତି । ବି ଆପାରା ଓ ଗୋଟେ ପ୍ରିଣ୍ଟଙ୍ଗ ପ୍ରେସରେ କାମ କରୁଥିବା ବେଳେ ଏକମାତ୍ର ପୁଅ ରବି ଏକ ବ୍ୟାଙ୍କ କର୍ମଚାରୀ ।ବାପା ପୁଅ ନିଜ କାମରେ ବାହାରକୁ ବାହାରି ଗଲା ପରେ ଘରେ ଏକୁଟିଆ ରହିଥାଆନ୍ତି ଗୁଣାବତୀ । ସବୁଠାରୁ ବଡ଼ କଥା ସାହି ପଡ଼ିଶାରେ ବେଶ ଲୋକପ୍ରିୟ ଗୁଣାବତୀଙ୍କୁ କିଏ କାହିଁକି ଏଭଳି ନୃଶଂସ ଭାବେ ହତ୍ୟା କଲା ତାହା ଏବେ ବଡ଼ ପ୍ରଶ୍ନବାଚୀ । ତେବେ ପୋଲିସ ତଦନ୍ତ ହିଁ ହତ୍ୟା ପଛ ର କାହାଣୀର ହେବ ପରଦାଫାସ।
କଟକରୁ ଜଗନ୍ନାଥ ମହାନ୍ତିଙ୍କ ରିପୋର୍ଟ KNS live