ଦିଆସିଲି ନଦେବାରୁ ଦୋକାନୀଙ୍କୁ ଛୁରାମାଡ।

ସିଗାରେଟ ଟାଣିବା ପାଇଁ ଦିଆସିଲ୍ ନ ଦେବାରୁ ଦୋକାନ ମାଲିକକୁ ଛୁରାମାଡ । ଦୋକାନ ମାଲିକ ଆହତ ଦୃବୃତ୍ତ ଫେରାର ।
କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ବଡ଼ପାଳ ଗୋଡା ବାଇପାସ୍ ରେ ଥିବା ମା ମମତା ସୁଇଟ୍ ଷ୍ଟଲ ରେ ୩ ଦିନ ତଳେ ବିଳମ୍ବିତ ରାତିରେ ବଡପାଳ ଗାଁର ସୁର ବେହେରାଙ୍କ ପୁଅ ବିକା ଓରଫ ମାନସ ବେହେରା ଆସି ସିଗାରେଟ ଟାଣିବା ପାଇଁ ଦିଆସିଲ୍ ମାଗିଲେ ଦୋକାନ ବନ୍ଦ ହୋଇଯାଇଥିବାରୁ ଦୋକାନ ରେ ଶୋଇଥିବା ମିସ୍ତ୍ରୀ ଏବଂ କାମକରୁଥିବା କର୍ମଚାରୀ ମନା କରିଥିଲେ । ସେହି ରାଗରେ ବିକା ଓରଫ୍ ମାନସ ବେହେରା ଗତକାଲି ରାତି ପ୍ରାୟ ୯ ଟା ସମୟରେ ଆସି ଦୋକାନରେ ଗଣ୍ଡଗୋଳ କରିଥିଲା ଏହାକୁ ଦୋକାନ ମାଲିକ କୁଆଁରପାଳ ର ଚିଣ୍ଟୁ ଦାସ ବିରୋଧ କରିବାରୁ ବିକା ହଠାତ ତା ଅଣ୍ଟା ରୁ ଛୁରୀ ବାହାର କରି ଚିଣ୍ଟୁ ର ଅଣ୍ଟା ରେ ଭୁସି ଦେଇ ଫେରାର ହୋଇଯାଇଥିଲା । ଚିଣ୍ଟୁ ସେଠାରେ ବେହୋସ ହୋଇଯିବାରୁ ସ୍ଥାନୀୟ ଲୋକମାନେ ତାଙ୍କୁ ମାର୍ଶାଘାଇ ମେଡିକାଲ ଚିକିତ୍ସା ପାଇଁ ଆଣିଥିଲେ । ସେହିପରି ବଡପାଳ ମଦ ଦୋକାନ ନିକଟରେ ବିକା ଆଶ୍ରମବାଲିକୁଦା ଗାଁର ଜଣେ ରେଳବିଭାଗ କର୍ମଚାରୀ ଙ୍କୁ ଛୁରୀ ଦେଖାଇ ସୁନାଚେନ ଲୁଟି ନେଇଥିବା ସୂଚନା ମିଳିଛି ।
