ଆମ ଜିଲ୍ଲା ଖବର

ଗୋପୀନାଥଜୀୟୁ ସେବା ସମିତି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ। 91 ୟୁନିଟ ରକ୍ତ ସଂଗ୍ରହ।


କେନ୍ଦ୍ରାପଡ଼ା ଜିଲ୍ଲା ଭାଗବତପୁର (ବାଲିଆ) ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଗୋପୀନାଥଜୀୟୁ ସେବା ସମିତି ତରଫରୁ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି। ତାରାପ୍ରସନ୍ନ କାନୁନଗୋ ଏବଂ ଡ଼. ଖଗେଶ୍ବର ନାୟକ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଏହି ଶିବିରର ଶୁଭ ଉଦ୍ଘାଟନ କରିଥିଲେ। ଏହି ଶିବିର କୁ ସମ୍ପାଦକ ରାକେଶ କୁମାର ସାହୁ, ସଭାପତି ପ୍ରଭାତ ରଣା , ଦୀପକ ସାହୁ, ହୃଷୀକେଶ ସାହୁ, ସୁଧାଂଶୁ ସ୍ୱାଇଁ, ଲକ୍ଷ୍ମଣ ଦାସ, ସୁରଜିତ ପରିଡ଼ା, ମାନସ ମିଶ୍ର, ରଘୁନାଥ ଦାସ,ବଳରାମ ମହାନ୍ତି, ବୈଲଚରଣ ମହାନ୍ତି,ଗଣେଶ ରଣା, ଭରତ ସାହୁ, ଅଭିରାମ ନାୟକ, ପ୍ରଶାନ୍ତ ପ୍ରଧାନ, ବିଭୂତି ନାୟକ, ସୁଶାନ୍ତ ମହାନ୍ତି, ବିଭୁତି ଭୁଷଣ ପତି, ରାଜେନ୍ଦ୍ର ପାଗଳ, ଦେବପ୍ରକାଶ ସାହୁ, ଖିତିଷ ଭଦ୍ର, ଦିଲୀପ କୁମାର ସାହୁ ଏବଂ ଗୋପୀନାଥଜୀଉୁ ସେବା ସମିତି ର ସମସ୍ତ ସଦସ୍ୟ ଓ ସଦସ୍ୟା ଏହି ଶିବିର କୁ ପରିଚାଳନା କରିଥିଲେ। ଭାଗବତପୁର ଗ୍ରାମର ସରପଞ୍ଚ ପ୍ରିୟଙ୍କା ପ୍ରିୟଦର୍ଶିନି ନାୟକ , ବାଲିଆ ବଜାର ର ସଭାପତି ପ୍ରମୋଦ କୁମାର ସାହୁ ଏବଂ ଚାନ୍ଦୋଳ ବଜାର କମିଟିର ସଭାପତି ଶିବାଶିଷ ମହାନ୍ତି ମଧ୍ୟ ଯୋଗ ଦେଇ ଥିଲେ। ଏହି ରକ୍ତ ଦାନ ଶିବିରରେ ୯୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ସେବାସମିତି ର ସମ୍ପାଦକ ରାକେଶ କୁମାର ସାହୁ କହିଛନ୍ତି ରକ୍ତ ଅଭାବ କାରଣରୁ କାହାର ଜୀବନ ନ ଯାଉ। ଆଉ କେନ୍ଦ୍ରାପଡ଼ା ଜିଲ୍ଲା ମୂଖ୍ୟ ଚିିକିତ୍ସାଳୟ ରେ ରକ୍ତ ର ଅଭାବ କାରଣରୁ ଏହି ଶିବିର ଆୟୋଜନ କରାଯାଇଥିଲା।

Leave a Reply

Your email address will not be published. Required fields are marked *