ହଟିଲା ଜବରଦଖଲ, ଏଥର ଚମକିବ ଚାନ୍ଦୋଳ ବଜାର।

ବହୁ ପ୍ରତୀକ୍ଷିତ ଚାନ୍ଦୋଳ ବଜାର ବସଷ୍ଟାଣ୍ଡ ନିକଟରୁ ଜବରଦଖଲ ହଟିଛି। କେନ୍ଦ୍ରାପଡା ଜିଲ୍ଲାର ମୁଖ୍ଯ ଦ୍ବାର ତଥା ପାଟକୁରା ନିର୍ବାଚନ ମଣ୍ଡଳୀର ସବୁଠାରୁ ବଡ ବଜାର କୁହାଯାଉଥିବା ଚାନ୍ଦୋଳ ବଜାର ଦିର୍ଘ ଦିନ ହେବ ଅବହେଳିତ ହୋଇ ପଡିଥିଲା। ଲୋକଙ୍କ ଆବଶ୍ୟକତା କୁ ଆଖିଆଗରେ ରଖି ବଜାର କମିଟି ପକ୍ଷରୁ ସୌଚାଳୟ, ବସ ଯାତ୍ରୀଙ୍କ ପାଇଁ ବିଶ୍ରାମାଗାର ଓ ଆଲୋକୀକରଣ ଆଦୀ ର ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲା।
ସରକାରୀ ଜାଗା କିଛି ଦୋକାନୀ ଜବରଦଖଲ କରି ରଖିଥିବାରୁ ଉନ୍ନତିମୂଳକ କାମରେ ବାଧା ଉପୁଜୁଥିବା ଉପଲବ୍ଧି କରି କେନ୍ଦ୍ରାପଡା ଜିଲ୍ଲାପାଳ ଅମ୍ରିତ ଋତୁରାଜ ଓ ପ୍ରାଶାସନିକ ଅଧିକାରୀ ମାନେ ଚାନ୍ଦୋଳ ବଜାର ପରିଦର୍ଶନ କରି ଜବରଦଖଲ ଉଛେଦ ପାଇଁ ନିର୍ଦେଶ ଦେଇଥିଲେ। ବଜାର କମିଟିର ପ୍ରସ୍ତାବ ରେ ବାଜିଥିଲା ପ୍ରାଶାସନିକ ମୋହର। ଆଜି ପ୍ରଶାସନ ପକ୍ଷରୁ ଜବରଦଖଲ ଉଛେଦ କରାଯାଇଛି । ବିସ୍ଥାପିତ କିଛି ବ୍ୟବସାୟୀଙ୍କୁ ବଜାର କମିଟି ମାଧ୍ୟମରେ ଆରଏମସି ଘର ପ୍ରଦାନ କରାଯାଇଛି।
ସେପଟେ ଖରିଦାସାହି ଠାରୁ କାକତିଆ ପର୍ଯ୍ୟନ୍ତ ଆଲୋକୀକରଣ ପାଇଁ ବିଧାୟକ ପାଣ୍ଠି ରୁ 40 ଲକ୍ଷ ଟଙ୍କା ଅନୁମୋଦନ କରିଛନ୍ତି ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ। ବିଦୁତ ବିଲ ପୈଠ ଓ ମରାମତି ନେଇ ବଜାର କମିଟି ଓ ପଞ୍ଚାୟତ ଉଭୟଙ୍କ ସହଭାଗିତାରେ ଆରମ୍ଭ ହୋଇଯାଇଛି ଆଲୋକୀକରଣ କାମ। ସାପ୍ତାହିକ ହାଟ ର ଉନ୍ନତିକରଣ ପାଇଁ ଭେଣ୍ଡିଂ ଜୋନ ପାଇଁ ମଧ୍ଯ ଜାଗା ଚିହ୍ନଟ ସରିଛି ଖୁବଶୀଘ୍ର ଆରମ୍ଭ ହେବ କାର୍ଯ୍ୟ। ଆସନ୍ତା ଲକ୍ଷ୍ମୀପୂଜା ପୁର୍ବରୁ ବଜାରକୁ ନବକଳେବର କରିବାର ଲକ୍ଷ ରହିଥିବା ନେଇ କହିଛନ୍ତି ବଜାର କମିଟିର ସଭାପତି ଶିବାଶିଷ ମହାନ୍ତି।
କମିଟିର କର୍ମକର୍ତ୍ତାଙ୍କ ମଧରେ ଉପ ସଭାପତି ଲଲାଟେନ୍ଦୁ ନାୟକ, ସଂପାଦକ ପ୍ରଶାନ୍ତ ସାହୁ, ସହ ସଂପାଦକ ମିହିର ସାମଲ, କୋଷାଧ୍ୟକ୍ଷ ବିଶ୍ବମୋହନ ଦାସ, ଉପଦେଷ୍ଟା ସରୋଜ କାନ୍ତ ପଣ୍ଡା, ଦେବରାଜ ମହାପାତ୍ର, ଉମେଶ ପଣ୍ଡା, ପରଶୁରାମ ମଲ୍ଲ, ସୁଦିପ୍ତ ନାୟକ, ଧିରେନ ସାହୁ, ବିଚିତ୍ରାନନ୍ଦ ନାୟକ, ଓ କୋର ଟିମ ର କର୍ମକର୍ତ୍ତା ଦେବାଶିଷ ବେହେରା,ରବିନ୍ଦ୍ର ପୃଷ୍ଟି, ତୃପ୍ତି ରଞ୍ଜନ ନାୟକ,ଅକ୍ଷୟ ସାହୁ, ସୁଦିପ୍ତ ମଲ୍ଲିକ, ଅସିମ ଅମିତାଭ ମହାନ୍ତି, ରଞ୍ଜନ ଯେନା, ଅଗଣି ସେଣ,ସୁନିଲ ସାହୁ, ଗନ ବିହାରି ନାୟକ, ବ୍ରଜକିଶୋର ବେହେରା,ଅକ୍ଷୟ ବେହେରା ,ଚାନ୍ଦୋଳ ପଞ୍ଚାୟତ ସରପଞ୍ଚ ସୁରେନ୍ଦ୍ର ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ସମସ୍ତ ପ୍ରକାର ସହଯୋଗ କରିଛନ୍ତି।
ଆଇନଶୃଙ୍ଖଳା କୁ ଆଖିଆଗରେ ରଖି ଏସଡିପିଓ ଜୟନ୍ତ ମହାପାତ୍ର, ସଦରଥାନା ଅଧିକାରୀ ପବିତ୍ର ମହାରଣା, ଚାନ୍ଦୋଳ ଫାଣ୍ଡି ଅଧିକାରୀ ସୌମ୍ୟରଞ୍ଜନ ପାଣିଗ୍ରାହୀ ଙ୍କ ସହ ଦୁଇ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି। ପ୍ରଶାସନ ପକ୍ଷରୁ ମାଜିଷ୍ଟ୍ରେଟ ତଥା ଡେରାବିଶ ତହସିଲଦାର ନମିତା ବାରିକ, ଅତିରିକ୍ତ ତହସିଲଦାର ସୁଜିତ ସ୍ବାଇଁ, କେନ୍ଦ୍ରାପଡାର ଅତିରିକ୍ତ ତହସିଲଦାର ପ୍ରଦିପ୍ତ କୁମାର ସେଠୀ ଓ ଚାନ୍ଦୋଳ ରାଜସ୍ବ ନୀରିକ୍ଷକ ତ୍ରିଲୋଚନ ବେହେରା, ଦାନପୁର ରାଜସ୍ବ ନିରୀକ୍ଷକ ପଲ୍ଲବ ପ୍ରତିମ ପ୍ରଧାନ,କାଉପଡା ରାଜସ୍ବ ନିରୀକ୍ଷକ ଶୁଭଶ୍ରୀ ଦାସ, ପଲେଇ ରାଜସ୍ବ ନିରୀକ୍ଷକ ଜଇରାମ ବେହେରା, ଅମିନ ପ୍ରିୟବ୍ରତ ସାସମଲ ଓ ସତ୍ଯଜିତ୍ ରାଉତ ଆଦି ଉପସ୍ଥିତ ରହି ଉଛେଦ କାର୍ଯ୍ୟ ତଦାରଖ କରିଥିଲେ।
