କେନ୍ଦ୍ରାପଡାରେ ଭୁଶୁଡିଲା ନିର୍ମାଣାଧୀନ ସେତୁ। ଠିକାଦାର ଓ ଯନ୍ତ୍ରୀଙ୍କୁ ଦାୟୀ କଲେ ଗଣେଶ୍ଵର।

କେନ୍ଦ୍ରାପଡାରେ ଭୁଶୁଡିଲା ନିର୍ମାଣାଧୀନ ସେତୁ। ଏଥିରେ କାହାର କ୍ଷୟକ୍ଷତି ହୋଇନଥିବା ଜଣାପଡିଛି । ତିନିମୁହାଣି ଗୋବରୀ ନଦୀ ପାର୍ଶ୍ୱ ବାଇପାସ୍ ରୁ କାଳିମନ୍ଦିର ପର୍ଯ୍ୟନ୍ତ ତିଆରି ଚାଲିଥିଲା ରାସ୍ତା। କ୍ରେନ ସାହାଯ୍ୟରେ ସ୍ଲାବ ଉଠିବା ବେଳେ ଭାଙ୍ଗିଯାଇଥିଲା ନିର୍ମାଣାଧୀନ ପୋଲ । ପ୍ରାୟ ଶହ ମିଟରରୁ ଅଧିକ ଲମ୍ବା ସ୍ଲାବ୍ଟି ଭାଙ୍ଗିପଡିଛି । ଶ୍ରମିକ ମାନେ ଯୁଦ୍ଧକାଳୀନ ଭିତ୍ତିରେ କାମ ଆରମ୍ଭ କରିଦେଇଛନ୍ତି ।
ସେପଟେ କେନ୍ଦ୍ରାପଡ଼ା ବାଇପାସ ସମ୍ପ୍ରସାରଣ ସେତୁ ଭୁଶୁଡିବା ଘଟଣାରେ ଯନ୍ତ୍ରୀ ଓ ଠିକାଦାରଙ୍କ ବିରିଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେଉ , ବାଇପାସ ସେତୁ ନିର୍ମାଣଧୀନ ଅବସ୍ଥାରେ ଭୁଶୁଡି ପଡିବା ଅତ୍ୟନ୍ତ ଚିନ୍ତାଜନକ ,ଏହା ଚରମ ବୈଷୟିକ ଅପାରଗତା ଓ ଦାୟିତ୍ୱହୀନତାର ପରିଚାୟକ. ସରକାରୀ ଅର୍ଥ ଲୁଟିବା ଓ ଲୋକଙ୍କ ଧନ ଜୀବନ ପ୍ରତି ବିପଦ ସୃଷ୍ଟି କରିବା ଆଦୌ କ୍ଷମଣୀୟ ନୁହେଁ।
ଏହି ଅଘଟଣରେ ଠିକାଦାର ଯେତିକି ଦାୟୀ ରାସ୍ତା ଓ କୋଠାବାଡି ବିଭାଗର ଯନ୍ତ୍ରୀମାନେ ସେତିକି ଦାୟୀ।
ସର୍ବୋଚ୍ଚ ଯନ୍ତ୍ରୀ ଘଟଣାସ୍ଥଳ ପରିଦର୍ଶନ କରି କେଉଁ ଅବହେଳା ହେତୁ ପୋଲ ଭୁଶୁଡିଲା ତଦନ୍ତ କରିବା ସହ ବେପରୁଆ ଠିକାଦାର ଓ ଯନ୍ତ୍ରୀଙ୍କ ବିରୋଧରେ ତତକ୍ଷଣାତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ଵର ବେହେରା। ବ୍ୟତିକ୍ରମ ହେଲେ ଜନସାଧାରଣଙ୍କ ସ୍ୱାର୍ଥ ଓ ନିରାପତ୍ତା ଦୃଷ୍ଟିରୁ କଂଗ୍ରେସ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି ଗଣେଶ୍ୱର ବେହେରା ସୁଚନା ଦେଇଛନ୍ତି। ସେପଟେ ଟେକନିକାଲ ଟିମ ତଦନ୍ତ ରିପୋର୍ଟ ଉପରେ ବିଚାର କରାଯିବ ବୋଲି କହିଛନ୍ତି ଜିଲାପାଳ ଅମ୍ରିତ ଋତୁରାଜ।
