ଷଡ଼ଯନ୍ତ୍ର ଫେଲ। ଅପହରଣକାରୀଙ୍କ କାର କାଚ ଭାଙ୍ଗି ଖସିଗଲେ ଛାତ୍ରୀ।

କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ଥାନା ଅଧୀନ ମନ୍ମଥ ନାଥ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀ ସମେଟିଭ୍ ପରୀକ୍ଷା ଶେଷକରି ପୀଡ଼ିତା ଛାତ୍ରୀ ଜଣଙ୍କ ଘରକୁ ଫେରୁଥିବା ସମୟରେ ହଟାତ ପଛରୁ ଦ୍ରୁତ ଗତିରେ ମାଡିଆସିଲା ଏକ ବେଗଗାମୀ କାର୍ |ଛାତ୍ରୀ ଜଣଙ୍କ କିଛି ବୁଝିବା ପୂର୍ବରୁ କାର ଟି ଅଟକି ଯାଇଥିଲା ଛାତ୍ରୀଙ୍କ ଠିକ ପାର୍ଶ୍ଵରେ |ହଟାତ କାର ଟି କାହିଁକି ମୋ ପାଖରେ ଅଟକିଲା, ଏହା ଭାବିବା ପୂର୍ବରୁ କାର୍ ଭିତରୁ ବାହାରି ଆସିଥିଲେ କିଛି ଦୁର୍ବୃତ୍ତ |ରାସ୍ତାରେ ଯାଉଥିବା ବାଟୋଇ କିଛି ସନ୍ଦେହେ କରିବା ପୂର୍ବରୁ ଦୁର୍ବୃତ୍ତ ମାନେ ଛାତ୍ରୀଙ୍କୁ ବଳ ପୂର୍ବକ ଜୋର ଜବରଦସ୍ତ ଘୋଷାଡି ନେଇଥିଲେ କାର ଭିତରକୁ |କିଛି କ୍ଷଣ ମଧ୍ୟରେ ତମାମ ଅଘଟଣ ଘଟିଯିବା ପରେ ଛାତ୍ରୀ ଜଣଙ୍କ ଜାଣି ସାରିଥିଲେ ସେ ହୋଇଛନ୍ତି ଅପହରଣର ଶିକାର |
ଆଉ ବିଳମ୍ବ ନକରି ନିଜକୁ ବଞ୍ଚାଇବା ଉଦେଶ୍ୟରେ ଛାତ୍ରୀ ଜଣଙ୍କ ଅପହରଣକାରୀ ମାନଙ୍କ ସହିତ ଆରମ୍ଭ କରିଦେଇଥିଲେ ଆତ୍ମରକ୍ଷା କୌଶଳ |ଶେଷରେ ଆଘାତ ପ୍ରାପ୍ତ ହୋଇମଧ୍ୟ କାର୍ ର କାଚ ଭାଙ୍ଗି ନିଜକୁ ଅପହରଣକାରୀ ଙ୍କ କବଳରୁ ମୁକ୍ତ କରିବାରେ ସଫଳ ହୋଇଥିଲେ ଛାତ୍ରୀ |
ଶେଷ ଖବର ଅନୁଯାଇ ଅପହରଣ ଶିକାର ହୋଇ ଆଘାତ ପ୍ରାପ୍ତ ହୋଇଥିବା ଦଶମ ଶ୍ରେଣୀ ଛାତ୍ରୀ ଜଣଙ୍କୁ ଚିକିତ୍ସା ନିମନ୍ତେ ପଟ୍ଟାମୁଣ୍ଡାଇ ଚିକିତ୍ସାଳୟରେ ଭର୍ତ୍ତୀ କରାଯାଇଥିବା ବେଳେ ତମାମ ଘଟଣାର ପୃଷ୍ଟଭୂମି ପାଖରେ ପହଞ୍ଚିବା ନିମନ୍ତେ କେନ୍ଦ୍ରାପଡ଼ା ପୋଲିସ କରୁଛି ପ୍ରୟାସ ||
