ଆମ ଜିଲ୍ଲା ଖବର

ପାରିବାରିକ କଳହରୁ ବିଷ ପିଇ ଯୁବକଙ୍କ ଆତ୍ମହତ୍ୟା।

କେନ୍ଦ୍ରାପଡ଼ା: ଘରୋଇ କଳହରେ ଅତିଷ୍ଠ ହୋଇ ବିଷ ପାନ କରି ଯୁବକ ହାରିଲେ ଜୀବନ। ଯୁବକ ଜଣଙ୍କ ହେଉଛନ୍ତି ମହାକାଳପଡା ରାମନଗର ପଞ୍ଚାୟତ ବରଜ ଗ୍ରାମର ସୁଶୀଲ ସାମଲ। ସୁଶୀଲ ଦୀର୍ଘଦିନ ହେବ ସୁଦୂର କେରଳ ରେ ଏକ ଘରୋଇ କମ୍ଫାନି ରେ କାର୍ଯ୍ୟରତ ଥିଲେ।ଗତ କିଛିଦିନ ତଳେ ସୁଶୀଲ ନିଜ ଗ୍ରାମ ବରଜ କୁ ଆସିଥିଲେ।କୌଣସି ପାରିବାରିକ ସମସ୍ୟା କୁ କେନ୍ଦ୍ର କରି ସୁଶୀଲଙ୍କ ପରିବାର ମଧ୍ୟରେ ସାମାନ୍ୟ ବଚସା ବା ପାଟିତୁଣ୍ଡ ହୋଇଥିଲା। ଏଥିରେ ସୁଶୀଲ ଅତିଷ୍ଠ ହୋଇ ବା ନିଜ ଉପରୁ ନିୟନ୍ତ୍ରଣ ହରାଇ ବିଷପାନ କରିଦେଇଥିଲେ।ସୁଶୀଲ ଙ୍କୁ ଉଦ୍ଧାର କରାଯାଇ ପ୍ରଥମେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ,ଅବସ୍ଥା ସଙ୍କଟାପନ୍ନ ହେବାରୁ ସୁଶୀଲ ଙ୍କୁ କଟକ ବଡ଼ ଡ଼ାକ୍ତରଖାନା ସ୍ଥାନାନ୍ତରିତ କରାଯାଇଥିଲା । ତମାମ ଚେଷ୍ଟା ପରେ ମଧ୍ୟ ସୁଶୀଲଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଛନ୍ତି।

ମହାକାଳପଡ଼ା ରୁ ଉତ୍କଳ କେଶରୀ ଙ୍କ ରିପୋର୍ଟ @KNS_LIVE

Leave a Reply

Your email address will not be published. Required fields are marked *