ରାଜ୍ୟ

ଧାମନଗର ଉପନିର୍ବାଚନ ପାଇଁ ସର୍ବଦଳୀୟ ବୈଠକ: ସ୍ୱଚ୍ଛ ଓ ଅବାଧ ନିର୍ବାଚନ ନେଇ ପ୍ରତିଶ୍ରୁତି ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ବର: ଧାମନଗର ଉପନିର୍ବାଚନ ନେଇ ଶନିବାର ବସିଥିବା ସର୍ବଦଳୀୟ ବୈଠକ ଶେଷ ହୋଇଛି। ମୁକ୍ତ, ଅବାଧ ଓ ନିରପକ୍ଷ ନିର୍ବାଚନ ନେଇ ବୈଠକରେ ଆଲୋଚନା କରାଯାଇଛି। ୫୦ ପ୍ରତିଶତ ବୁଥରେ ୱେବ କାଷ୍ଟିଂ ହେବ। ବୁଥରେ କୌଣସି ପରିବର୍ତ୍ତନ କରଯାଇ ନାହି। ସ୍ୱଚ୍ଛ ଓ ଅବାଧ ନିର୍ବାଚନ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଳ କୁମାର ଲୋହାନୀ ପ୍ରତିଶ୍ରୁତି ଦେଇଛନ୍ତି ।
ବୈଠକରେ ବିଜେପି ଦାବି କରିଛି ପୂର୍ବରୁ ଅନୁମୋଦନ ହୋଇଥିବା ପ୍ରକଳ୍ପ କାର୍ଯ୍ୟକୁ ବର୍ତ୍ତମାନ ତ୍ବରାନ୍ବିତ ନ କରି ନିର୍ବାଚନ ପର୍ଯ୍ୟନ୍ତ ବନ୍ଦ ରଖାଯାଉ । ପୁରୁଣା କାମ ନାଁରେ କେଉଁଠି ମୋରମ ପଡୁଛି ତ ଆଉ କେଉଁଠି ଇଲେକ୍ଟ୍ରି ଖୁଣ୍ଟି ପୋତାଯାଉଛି, ଯାହା ଦ୍ବାରା ଲୋକେ ପ୍ରଭାବିତ ହେଉଛନ୍ତି ଏବଂ ଭୋଟ ମଧ୍ୟ ପ୍ରଭାବିତ ହେଉଛି । ଯଦି ସେହି କାର୍ଯ୍ୟ ସବୁ ବନ୍ଦ ନ ହୁଏ ତେବେ ବିଜେପି ସିଇଓ ଅଫିସ ଆଗରେ ଧାରଣା ଦେବ।

ସେହିପରି କଂଗ୍ରେସ ଦାବି କରିଛି ଯେ, ନିର୍ବାଚନ ବେଳେ ପୁଲିସ ଜିପଓ ସୁରକ୍ଷାରେ ଟଙ୍କା ବଣ୍ଟା ଯାଉଛି, ତାକୁ ବନ୍ଦ କରାଯାଉ। ଯେଉଁଠି ସବୁ ସମ୍ବେଦନଶୀଳ ବୁଥ ରହିଛି ସେଠି ପୁଲିସ ସୁରକ୍ଷା ବ୍ୟବସ୍ଥା କଡାକଡି କରଯାଉ। ସେପଟେ ବିଜେଡି କହିଛି ନିର୍ବାଚନ ସ୍ୱଚ୍ଛ ଓ ନିରପେକ୍ଷ ହୋଇ ପାରିବ ସେ ନେଇ ଆଲୋଚନା ହୋଇଛି।

Leave a Reply

Your email address will not be published. Required fields are marked *