ରାଜ୍ୟ

ବିହାରରୁ ବନ୍ଧୁକ ଓ ଗୁଳି ଆଣି କଟକରେ ବିକ୍ରି କରୁଥିଲେ; ରାତିରେ ଚାଲିଥିଲା ଡିଲ୍‌, ଧରାପଡ଼ିଲେ ୩ ଅଭିଯୁକ୍ତ

କଟକ: କଟକ ଲାଲବାଗ ଥାନା ପୁଲିସକୁ ବଡ ସଫଳତା ମିଳିଛି। ପଲିସ ବନ୍ଧୁକ ଡିଲ ବେଳେ ତିନି ବେପାରୀଙ୍କୁ ମାଡି ବସିଛି। ଅଭିଯୁକ୍ତମାନଙ୍କ ଠାରୁ ତିନୋଟି ବନ୍ଧୁକ, ୧୫ ରାଉଣ୍ଡ ଗୁଳି ଓ ତିନୋଟି ବାଇକ ଜବତ କରିଛି। ତେବେ ଅଭିଯୁକ୍ତମାନେ ବିହାର ମୁଙ୍ଗେରରୁ ବନ୍ଧୁକ ଆଣି ବିକ୍ରି କରୁଥିବା କହିଛନ୍ତି ଡିସିପି। ତେବେ ଅନ୍ୟ ଜଣେ ମୁଖ୍ଯ ଅଭିଯୁକ୍ତ ପୁଲିସ ଚଢ଼ଉ ବେଳେ ଫେରାର ହୋଇଯାଇଛି।

ସୂଚନା ଅନୁସାରେ ଶନିବାର ରାତି ରାଧାନାଥ ଟ୍ରେନିଂ କଲେଜ ନିକଟରେ ଚାଲିଥିଲା ବନ୍ଧୁକ ଡିଲ। ବନ୍ଧୁକ ବିକ୍ରି କରିବା ଆଗରୁ ତିନି ବନ୍ଧୁକ ବେପାରୀଙ୍କୁ ମାଡି ବସିଲା ଲାଲବାଗ ଥାନା ପୁଲିସ। ଅଭିଯୁକ୍ତଙ୍କ ଠାରୁ ତିନୋଟି ବନ୍ଧୁକ ଓ ୧୫ ରାଉଣ୍ଡ ଗୁଳି ଓ ତିନୋଟି ବାଇକ ଜବତ କଲା ଲାଲବାଗ ଥାନା ପୁଲିସ। ଚଢ଼ଉ ସମୟରେ ମୂଖ୍ଯ ଅଭିଯୁକ୍ତ ଫେରାର ହୋଇ ଯାଇଥିବା ବେଳେ ତାକୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର।
ଡିସିପି କହିଛନ୍ତି ଗିରଫ ତିନି ଅଭିଯୁକ୍ତ ବିହାର ମୁଙ୍ଗେରରୁ ବନ୍ଧୁକ ଆଣି କଟକ ଜିଲ୍ଲା ଓ ଏହାର ଆଖପାଖରେ ବିକ୍ରି କରୁଥିବା ପୁଲିସ ତଦନ୍ତରୁ ଯାଣିବାକୁ ପାଇଛି। ତିନି ଅଭିଯୁକ୍ତଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି। ତେବେ ଫେରାର ଥିବା ମୂଖ୍ଯ ଅଭିଯୁକ୍ତ ଗିରଫ ହେଲେ ଏହି ବନ୍ଧୁକ ବେପାରୀ ରାକେଟ ର ପର୍ଦ୍ଦାଫାଶ ହେବ ବୋଲି କହିଛନ୍ତି ଡିସିପି। କଟକରେ ପାର୍ବଣ ଚାଲୁଥିବାରୁ ଅପରାଧୀଙ୍କ ଉପରେ କମିସନରେଟ ପୁଲିସ କଡା ନଜର ରଖିବା ସହ ସ୍ପେଶାଲ ଡ୍ରାଇଭ ମଧ୍ଯ ଜାରି ରହିବ।

Leave a Reply

Your email address will not be published. Required fields are marked *