ଆମ ଜିଲ୍ଲା ଖବର

ଅଗଷ୍ଟ ୧ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା

ପଟ୍ଟାମୁଣ୍ଡାଇ : ଅଗଷ୍ଟ ୧ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ। କୁମ୍ଭୀର ପ୍ରଜନନ ପାଇଁ ୩ ମାସ ହେଲା ଏହା ପର୍ଯ୍ୟଟକ ମାନଙ୍କ ପାଇଁ ବନ୍ଦ ଥିଲା। ଆସନ୍ତାକାଲି ପର୍ଯ୍ୟଟକ ମାନଙ୍କୁ ଭିତରକନିକାକୁ ସ୍ୱାଗତ କରିବା ପାଇଁ ବନବିଭାଗ ପ୍ରସ୍ତୁତ ହୋଇଛି। ନୂତନ ଲୁଣା ନର୍ସରୀ , ସେଲ୍ଫି ପଏଣ୍ଟ , ବିଳାସପୂର୍ଣ୍ଣ ଏସି ରେଷ୍ଟୁରାଣ୍ଟ, ବୋଟ ଲାଇବ୍ରେରୀ ଓ ବ୍ୟାଟେରୀ ବୋଟ ଆଦିକୁ ପ୍ରସ୍ତୁତ ରଖାଯାଇଛି। ସେହିପରି କଟେଜ୍, ମିୟୁଜିୟମ, ବୋଟ୍ ଓ ବ୍ୟାଟେରୀ ଚାଳିତ ଗାଡ଼ି ମଧ୍ୟ ପ୍ରସ୍ତୁତ ରଖାଯାଇଛି।
ଗୁପ୍ତି, ଖୋଳା, ଚାନ୍ଦବାଲି ଦେଇ ଭିତରକନିକାକୁ ଜଳପଥରେ ପ୍ରବେଶ କରି ହେବ। ସ୍ଥଳପଥରେ ଡାଙ୍ଗମାଳ ମୁଖ୍ୟ ଫାଟକ ଦେଇ ଭିତରକନିକାକୁ ପ୍ରବେଶ କରିପାରିବେ ପର୍ଯ୍ୟଟକ। ରାତ୍ରି ଯାପନ ପାଇଁ ଡାଙ୍ଗମାଳ ଓ ଗୁପ୍ତିରେ କଟେଜ ବ୍ୟବସ୍ଥା କରାଯାଇଛି।
ରାଜନଗର ବନଖଣ୍ଡ ଅଧିକାରୀ ଯଜ୍ଞଦତ୍ତ ପତି କହିଛନ୍ତି, ଆମର ପଲିଥିନ୍ ମୁକ୍ତ ଭିତରକନିକା ଅଞ୍ଚଳ ଡାଙ୍ଗମାଳ ପୂର୍ବରୁ ଆରମ୍ଭ ହେଉଛି। ଏହାକୁ କାର୍ଯ୍ୟକାରୀ କରାଯିବ। ତା’ଛଡ଼ା କୋଭିଡ୍ ନିୟମ ମାନି ପର୍ଯ୍ୟଟକମାନେ ଆସିବେ ବୋଲି ଆଶା ରଖିଛୁ। ଡାଙ୍ଗମାଳରେ ଆମେ ଏକ ନୂଆ କ୍ୟାଫେ ଖୋଲିଛୁ। ଏହା ସହିତ ବୋଟ୍ ଲାଇବ୍ରେରୀ ମଧ୍ୟ ତିଆରି କରିଛୁ। ଏହା ପର୍ଯ୍ୟଟକଙ୍କୁ ପସନ୍ଦ ଆସିବ ବୋଲି ଆମେ ଆଶା କରୁଛୁ।

Leave a Reply

Your email address will not be published. Required fields are marked *