ବଦଳିବ ଚାନ୍ଦୋଳ ବଜାରର ଚିତ୍ର, ବଜାର କମିଟିର ପ୍ରସ୍ତାବରେ ବିଧାୟିକାଙ୍କ ମୋହର

କେନ୍ଦ୍ରାପଡା ର ପ୍ରବେଶ ଦ୍ବାର ତଥା ପାଟକୁରା ନିର୍ବାଚନ ମଣ୍ଡଳୀର ସବୁଠାରୁ ବଡ ବଜାର ହେଉଛି ଚାନ୍ଦୋଳ ବଜାର। ଏହି ବଜାର 450 ରୁ ଉର୍ଦ୍ଧ୍ବ ବ୍ୟବସାୟୀଙ୍କୁ ନେଇ ଗଠିତ। ଦୈନନ୍ଦିନ ଆଖପାଖ 10 ଖଣ୍ଡ ପଞ୍ଚାୟତର ଲୋକ ଏହି ବଜାରରେ କାରବାର ହୁଅନ୍ତି। ଯାତ୍ରୀବାହି ବସର ପାସେଞ୍ଜର ଓ କଲେଜ ଛାତ୍ରଛାତ୍ରୀ ଙ୍କ ପାଇଁ ଯାତ୍ରୀ ବିଶ୍ରାମାଗାର ଓ ଶୌଚାଳୟ ନଥିବାରୁ ଏମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେପଟେ କେନ୍ଦ୍ରାପଡା ଓ ପଡୋଶୀ ଜିଲ୍ଲା କଟକ ର ଆନେକ ବଜାର ଆଲୋକୀକରଣ ହୋଇଥିବା ବେଳେ ଚାନ୍ଦୋଳ ବଜାର ଏଥିରୁ ବାଦପଡିଥିଲା।
ଏ ନେଇ ବଜାର କମିଟିର କର୍ମକର୍ତ୍ତାଙ୍କ ସହ ପାଟକୁରା ବିଧାୟିକାଙ୍କ ପୁଙ୍ଖାନୁପୁଙ୍ଖ ଆଲୋଚନା ପରେ ପ୍ରସ୍ଥାବିତ ସମସ୍ତ ଦାବି ଖୁବଶୀଘ୍ର ପୁରଣ ନେଇ ବିଧାୟିକା ସାବିତ୍ରୀ ଅଗ୍ରୱାଲ ପ୍ରତିଶୃତି ଦେଇଛନ୍ତି। ପୁର୍ବରୁ ସ୍ଥିର କରାଯାଇଥିବା ସରକାରୀ ଜମିରେ ଏହି ପ୍ରକଳ୍ପ କୁ ଆରମ୍ଭ କରାଯିବ ଓ ଚାନ୍ଦୋଳ ବଜାରରୁ କାକତିଆ ପର୍ଯ୍ୟନ୍ତ ଆଲୋକୀକରଣ ପାଇଁ ଏମଏଲଏ ପାଣ୍ଠିରୁ 40 ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି।
ଆଗକୁ ଲୋକଙ୍କ ଆବଶ୍ୟକତାକୁ ଲକ୍ଷ କରି ସମସ୍ତ ଉନ୍ନତିମୂଳକ କାର୍ଯ କୁ ଆଗେଇ ନିଆଯିବ ବୋଲି ବଜାର କମିଟିର ସଭାପତି ଶିବାଶିଷ ମହାନ୍ତି କହିଥିବା ବେଳେ ସମସ୍ତ ପ୍ରସ୍ତାବିତ ପ୍ରକଳ୍ପ କୁ ଆଗେଇନେବା ଦିଗରେ ପ୍ରଶାସନ ସମସ୍ତ ପ୍ରକାର ସହଯୋଗ କରିବ ବୋଲି ଜିଲାପାଳ ଅମ୍ରିତ ଋତୁରାଜ କହିଛନ୍ତି। ବିଧାୟିକାଙ୍କ ଏହି ଆଲୋଚନାରେ ପ୍ରତିନିଧି ସଞୟ ଅଗ୍ରୱାଲ ଙ୍କ ସହ କମିଟି ପକ୍ଷରୁ ସଭାପତି ଶିବାଶିଷ ମହାନ୍ତି, କୋଷାଧ୍ୟକ୍ଷ ବିଶ୍ବମୋହନ ଦାସ, ଯୁଗ୍ମ ସଂପାଦକ ମିହିର କୁମାର ସାମଲ ଓ ମୁକୁନ୍ଦପୁର ପଞ୍ଚାୟତର ପୁର୍ବତନ ସରପଞ୍ଚ ଯୋଗାନନ୍ଦ ମହାନ୍ତି ଉପସ୍ଥିତ ଥିଲେ।
