ବନ୍ଧୁତ୍ୱ ଦିବସ ରେ ପାରାଦୀପ ବେଳାଭୂମି ସଫେଇ କଲା ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ

ଅଗଷ୍ଟ ମାସ ର ପ୍ରଥମ ରବିବାର ବନ୍ଧୁତ୍ୱ ଦିବସ କୁ ନିଆରା ଢଙ୍ଗରେ ପାଳନ କରିଛି କେନ୍ଦ୍ରାପଡାର ଅଗ୍ରଣୀ ସାମାଜିକ ସଂଗଠନ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ। ଏହି ଅବସରରେ ଟ୍ରଷ୍ଟ ର ସଭାପତି ଦମନ ମହାନ୍ତି ଙ୍କ ସହ ଅନ୍ୟ ସଦସ୍ୟ ମାନେ ବୁଲିବାକୁ ଆସିଥିଲେ ପାରାଦୀପ ବନ୍ଦର ମୁହାଣ କୁ। ଆଜି ରବିବାର ଥିବାରୁ ବହୁତ୍ ପର୍ଯ୍ୟଟକ ମାନଙ୍କ ଭିଡ ଜମିଥିଲା ସେଠାରେ। ପର୍ଯ୍ୟଟକ ମାନେ ବ୍ୟବହାର କରୁଥିବା ପ୍ଲାଷ୍ଟିକ ପଲିଥିନ ଓ ଅନ୍ୟାନ୍ୟ ବର୍ଜ୍ୟବସ୍ତୁ ଏଣେତେଣେ ପଡିଥିଲା, ଯାହା ଆମ ପ୍ରାଣୀ ଜଗତ ପାଇଁ ଏକ ଅଭିସାପ ଓ ଆମ ସୁନ୍ଦର୍ ବେଳାଭୂମି ର ପବିତ୍ରତା ନଷ୍ଟ କରିବା ସହ ସେଠାର ବୁଲୁଥିବା ଅନ୍ୟ ପଶୁ ମାନେ ବି ଏହାକୁ ଭକ୍ଷଣ କରି ନାନା ରୋଗ ରେ ପଡ଼ୁଛନ୍ତି । ଏହା ଦେଖି ଟ୍ରଷ୍ଟ ର ସଦସ୍ୟ ମାନେ ସେଠାରେ ସଫେଇ କାର୍ଯ୍ୟକର୍ମ ଆରମ୍ଭ କରିବା ସହ ପର୍ଯ୍ୟଟକ ମନକୁ ସଚେତନ ମଧ୍ୟ କରାଇ ଥିଲେ।
ସମୁଦ୍ର ବେଳା ବି ଆମର ବନ୍ଧୁ ଯେମିତି ଆମ ନିଜ ଘର ବାଡ଼ି ଅଗଣା କୁ ସଫା ରଖୁଛୁ ସେମିତି ବେଳା ଭୂମି କୁ ନିଜ ବନ୍ଧୁ ଭାବି ତାକୁ ମଧ୍ୟ ସଫା ରଖିବା ବୋଲି ବାର୍ତ୍ତା ଦେଇଥିଲେ ଟ୍ରଷ୍ଟ ର କର୍ମକର୍ତ୍ତା।
ଏହି କାର୍ଯ୍ୟକ୍ରମ ରେ ଟ୍ରଷ୍ଟ ର ସଭାପତି ଦମନ କୁମାର ମହାନ୍ତି ଓ ସହ ସମ୍ପାଦକ କେଦାର ସ୍ବାଇଁ ଙ୍କ ସମେତ ଆକାଶ ଦାସ,ବିନୋଦ ପଣ୍ଡା,ଭାବଗ୍ରାହୀ ସାହୁ,ଦିଲୀପ ନାଥ,ମନୋଜ ପଣ୍ଡା,ସୁନିଲ ମଲିକ,
ରାଜେଶ ଦାସ,ସୂର୍ଯ୍ୟ ପାଣିଗ୍ରାହୀ,ନିର୍ମଳ ଦାସ,ଚିତ୍ତରଞ୍ଜନ ପତ୍ରୀ,ବାସୁଦେବ ଦାସ ଓ ସାମାଜିକ କର୍ମୀ ଶୁବାଶିଷ ଷଡ଼ଙ୍ଗୀ ପ୍ରମୁଖ ଯୋଗ ଦେଇଥିଲେ