କୋରୁଆ କନ୍ୟାଶ୍ରମରେ Gym X ପକ୍ଷରୁ ନିଆରା ଭାବେ ସ୍ବାଧୀନତା ଦିବସ ପାଳନ।

76 ତମ ସ୍ବାଧୀନତା ଦିବସ ତଥା ଅମୃତ ମହୋତ୍ସବ କୁ ନିଆରା ଢଙ୍ଗରେ ପାଳନ କରିବାକୁ ଯାଇ ବାପା ମା ଛେଉଣ୍ଡ ଅନାଥ ପିଲାଙ୍କ ସହ ପାଲନ କରିଛି କେନ୍ଦ୍ରାପଡାର ଅଗ୍ରଣୀ ଫିଟନେସ କେନ୍ଦ୍ର GYM X. ସଂସ୍ଥାର ପ୍ରତିଷ୍ଠାତା ଦେବୀପ୍ରସାଦ ଦାଶ ଓ ଦେବବ୍ରତ ଦାଶଙ୍କ ନେତୃତ୍ବ ରେ ସଦସ୍ଯ ସଦସ୍ଯା ମାନେ ସକାଳୁ ତିନିମୁହାଣୀ ସ୍ଥିତ ସଂସ୍ଥାନ ପରିସରରେ ପତାକା ଉତ୍ତୋଳନ କରି କୋରୁଆ ସ୍ଥିତ କମଳାବେନ୍ ଏମ ମେହତା କନ୍ଯାଶ୍ରମରେ ପହଞ୍ଚି ଥିଲେ। ସେଠାରେ 150 ରୁ ଉର୍ଦ୍ଧ ପିଲାଙ୍କୁ ଖାତା, କଲମ, ପେନିସିଲ, ରବର, ବିସ୍କୁଟ୍, କେକ୍, ଚକୋଲେଟ୍, ଓ ଆଦି ବଣ୍ଟନ କରିଛନ୍ତି। କୁନି କୁନି ପିଲାଙ୍କ ସହ ସୁଖ ଦୁଖ ବାଣ୍ଟି ସେମାନଙ୍କ ସହ ବିଶେଷ ସମୟ ବିତାଇସହ ଆତ୍ମ ତୃପ୍ତି ଲାଭକରିଥିବା ନେଇ କହିଛନ୍ତି ଦେବୀପ୍ରସାଦ।ସଂସ୍ଥା ପକ୍ଷରୁ ହୃଷିକେଶ ସାହୁ, ଦେବାଶିଷ ବେହେରା, ଶୁଭାଶିଷ ମହାନ୍ତି, ଉଦୟ ଗିରି, ରାଜେନ୍ଦ୍ର ଗିରି, ବିରାଜ ସିଂ, ଆଲୋକ ସାହୁ, ବିଶ୍ଵନାଥ ପ୍ରତିହାରୀ, ଚନ୍ଦ୍ର ଶେଖର, କ୍ଷିତିଶ ଭଦ୍ର, ସୁଦୀପ୍ତା ମହାନ୍ତି, ଶୁଭଲକ୍ଷ୍ମୀ ପ୍ରଧାନ, ପ୍ରତ୍ୟୁଷା ଦେବବାଳା, ଚିରଞ୍ଜୀବ୍ ସାହୁ, ଉତ୍କଳ ବେହରା, ନରେଶ କାନ୍ତ, ଅବିନାଶ ଖଣ୍ଡାଇ ଙ୍କ ସହ ଅନ୍ୟ ସଦସ୍ୟ ମାନେ ମଧ୍ଯ ଯୋଗ ଦେଇଥିଲେ।
