ଆମ ଜିଲ୍ଲା ଖବର

ମହାନଦୀର ଭରା ପାଣି ରେ ଡଙ୍ଗା କାହିଁକି ନିଖୋଜ ହେଲା ?

କେନ୍ଦ୍ରାପଡା: ସମୟ ସନ୍ଧ୍ୟା ନଇଁ ଆସୁଥାଏ ।ଜଗତସିଂହପୁର ପାରାଦୀପ ଅଞ୍ଚଳର ବିଭିନ୍ନ କଳକାରଖାନାରୁ କାର୍ଯ୍ୟ ସାରି ଘର ମୁହାଁ ହୋଇଥାନ୍ତି ଶ୍ରମିକ।ପରିବାର ଲୋକେ ମଧ୍ୟ ଅପେକ୍ଷା କରି ରହିଥାନ୍ତି ନିଜ ନିଜର ପ୍ରିୟଜନ ମାନଙ୍କୁ।ବାପା ଚାହିଁଥାଏ ଭେଣ୍ଡିଆ ପୁଅର ବାଟକୁ ସ୍ତ୍ରୀ ଚାହିଁଥାଏ ସ୍ୱାମୀର ବାଟକୁ ।ଆଶା ଥାଏ ସବୁଦିନ ପରି ଆଜି ମଧ୍ୟ ସୁରୁଖୁରୁରେ କାମ ସାରି ନିଜର ପ୍ରିୟ ପରିଜନ ଫେରିଆସିବେ ଘରକୁ। ଘରେ ପହଞ୍ଚିବାକୁ ହେଲେ ଆସିବା ବାଟରେ ପଡିବ ମହାକାଳପଡା ବ୍ଲକ ଅଞ୍ଚଳର ମହାନଦୀରେ ଅବସ୍ଥିତ ବାହାକୁଦ-ମୁଷାଡିଆ ଫେରିଘାଟ।

ବନ୍ୟା ସମୟ ହେତୁ ମହାନଦୀରେ ବନ୍ୟା ଜଳ ମାତ୍ରାଧିକ ପ୍ରବେଶ ହେଉଥିବାରୁ ନଦୀ ମଧ୍ୟ ଥାଏ ଢେର ଉଛୁଳା ଆଉ ଅଶାନ୍ତ।ପାରାଦୀପ ମୂଷାଡିଆ ଘାଟ କୂଳରୁ ୭୦/୮୦ ଜଣ ଯାତ୍ରୀ ଙ୍କ ସହିତ ୧୦/୧୫ ଗୋଟି ସାଇକେଲ ଓ ମଟର ସାଇକେଲ କୁ ଲୋଡ଼ ନେଇ ବାହାକୁଦ ନଦୀ କୂଳକୁ ଫେରୁଥାଏ ଘାଟ ଡ଼ଙ୍ଗା।ବନ୍ୟା ପାଣିରେ ଉଛୁଳା ମହାନଦୀରେ ଚାଲୁଥାଏ ଘାଟ ଡଙ୍ଗା।ନଦୀ ମଝିରେ ହଟାତ ବନ୍ଦ ହୋଇଗଲା ଡ଼ଙ୍ଗା ଇଞ୍ଜିନ।ନଦୀରେ ଥାଏ ଗଭୀର ସ୍ରୋତ,ଇଞ୍ଜିନ ବନ୍ଦ ହୋଇସାରିଥିବା ଘାଟ ଡ଼ଙ୍ଗା ଚାଳକଙ୍କ ହାତରୁ ଧିରେ ଧିରେ ହୋଇ ଚାଲିଥାଏ ଅଣାୟତ।ଯାତ୍ରୀବାହୀ ଡଙ୍ଗାଟି ଅଣାୟତ ହୋଇ ଭାଷି ଚାଲିଥିଲା ସମୁଦ୍ର ମୁହାଣ ଦିଗରେ।ଡ଼ଙ୍ଗା ଚାଳକ ଜଣଙ୍କ ମଧ୍ୟ ଯାତ୍ରୀ ମାନଙ୍କୁ ଅବଗତ କରାଇ ସାରିଥିଲା ଯେ ଡ଼ଙ୍ଗା ହୋଇଚାଲିଛି ସମୁଦ୍ର ମୁହାଣ ମୁହାଁ….।ହା..ହା..କାର୍ ପଡିଯାଇଥିଲା ଡ଼ଙ୍ଗାରେ ବସିଥିବା ତମାମ ଯାତ୍ରୀଙ୍କ ମେଳରେ।ସମସ୍ତେ ପ୍ରାୟ ହତବାକ ହୋଇ ପ୍ରାର୍ଥନା କରିଥିଲେ ଭଗବାନଙ୍କୁ।ହେ ପ୍ରଭୁ ଉଦ୍ଧାର କର ଏ ମହା ବିପଦରୁ…..।
ସମୁଦ୍ର ମୁହାଁ ହୋଇ ଭାଷି ଚାଲିଥିବା ଡ଼ଙ୍ଗାରେ ଫସି ରହିଥିବା ଯାତ୍ରୀଙ୍କ ମଧ୍ୟରୁ କେହି ଜଣେ ଫୋନ୍ ଯୋଗେ ଖବର ପଠାଇଥିଲା ଘାଟ କୂଳକୁ। ସମୁଦ୍ର ମୁହାଣ ମୁହାଁ ହୋଇଥିବା ଡ଼ଙ୍ଗାକୁ ଉଦ୍ଧାର କରିବାକୁ ଅବିଳମ୍ବେ ଘାଟ କୂଳରୁ ଆଉ ଏକ ଡ଼ଙ୍ଗା ମଧ୍ୟ ବାହାରି ଯାଇଥିଲା ମହାନଦୀକୁ।କିନ୍ତୁ ବିଡ଼ମ୍ବନା ର ବିଷୟ ଉଧାର କରିବାକୁ ଯାଇଥିବା ଡଙ୍ଗାଟି ମଧ୍ୟ ମହାନଦୀର ପ୍ରଖର ସ୍ରୋତରେ ଅଣାୟତ ହୋଇ ପହଞ୍ଚି ପାରିନଥିଲା ନିଖୋଜ ହୋଇଯାଇଥିବା ଡ଼ଙ୍ଗା ପାଖରେ।


ଘଟଣା ପ୍ରଘଟ ହେବାପରେ ତତ୍କ୍ଷଣାତ ମହାକାଳପଡ଼ା ବ୍ଲକ ପ୍ରଶାସନ ଉଧାରକାରୀ ଦଳଙ୍କ ସହିତ ପହଞ୍ଚିଥିଲା ଘଟଣା ସ୍ଥଳରେ।କିଛି ସମୟ ପରେ ନିଖୋଜ ହୋଇଯାଇଥିବା ବା ସମୁଦ୍ର ମୁହାଣ ମୁହାଁ ହୋଇଚାଲିଥିବା ଡ଼ଙ୍ଗାରୁ ଖବର ଆସିଥିଲା ଯାତ୍ରୀ ବୋଝେଇ ଡଙ୍ଗାଟି ୪/୫କି.ମି ଭାଷି ଯିବା ପରେ ସମୁଦ୍ର ମୁହାଣ ମୁହଁ ପାଖାପାଖି ଏକ ନିଛାଟିଆ ସ୍ଥାନରେ ଲାଗିଛି କୂଳରେ। ଯାତ୍ରୀ ବୋଝେଇ ଡଙ୍ଗାଟି କୂଳରେ ଲାଗିଥିବା ଖବର ପାଇବା ପରେ ଜମ୍ବୁ ମେରାଇନ ଥାନା ବୋଟ ଏବଂ ଅଗ୍ନିଶମ ବାହୀନ ର ପାୱାର ବୋଟ ସଙ୍ଗେ ସଙ୍ଗେ ମହାନଦୀ କୁ ବାହାରି ଯାଇଥିଲା ନିଖୋଜ ହୋଇଯାଇଥିବା ଦୁଇଟି ଡ଼ଙ୍ଗାକୁ ଉଦ୍ଧାର କରିବା ନିମନ୍ତେ।ଶେଷର ଉଧାରକାରୀ ଦଳଙ୍କ ପ୍ରଚେଷ୍ଟା ରେ ନିଖୋଜ ଡ଼ଙ୍ଗାରୁ ଉଦ୍ଧାର ହୋଇଥିଲେ ତମାମ ଯାତ୍ରୀ।

ଅନ୍ୟ ପକ୍ଷରେ ସାମାଜିକ ଗଣମାଧ୍ୟମ ରେ ଭାଇରାଲ ହେଉଥିବା ଭିଡିଓ ଅନୁଯାଇ ଡ଼ଙ୍ଗା ଚାଳକ ଜଣଙ୍କ ମଦ୍ୟପାନ କରି ବେପରୁଆ ଭାବେ ଡ଼ଙ୍ଗା ଚଲାଉ ଥିବାରୁ ଘଟିଗଲା ଏଭଳି ଅଘଟଣ!!

ଅନ୍ୟ ପକ୍ଷରେ ଯଦି ଦେଖିବା ବନ୍ୟା ପାଣିରେ ନଦୀମାନ ଭରପୁର ଥିବାବେଳେ ପ୍ରଖର ସ୍ରୋତ ମହାନଦୀରେ ବନ୍ୟା ସମୟରେ ଘାଟ ନିଲାମଧାରୀଙ୍କୁ ଡ଼ଙ୍ଗା ଚଳାଇବାକୁ ପ୍ରଶାସନ କେମିତି ଆଉ କାହିଁକି ଦେଇଥିଲା ଅନୁମତି❓ପ୍ରଶାସନ ଅଜଣାତରେ ବନ୍ୟା ସମୟରେ ପ୍ରଖର ସ୍ରୋତରେ ଚାଲୁଥିଲା କି ଘାଟ ଡ଼ଙ୍ଗା❓ଆଜି ଯଦି କିଛି ବୃହତ ଅଘଟଣ ଘଟି ଯାଇଥାନ୍ତା ତେବେ କିଏ ରହିଥାନ୍ତା ଉତ୍ତର ଦାୟୀ❓ଅଘଟଣର ଶିକାର ହୋଇଥିବା ଯାତ୍ରୀବାହୀ ଡ଼ଙ୍ଗାର ସାମର୍ଥ୍ୟ ଥିଲା କେତେ ଆଉ ଡ଼ଙ୍ଗାରେ ପାରି ହେଉଥିଲା କେତେ ଯାତ୍ରୀ ଓ କେତେ ମଟର ସାଇକେଲ❓ଡ଼ଙ୍ଗା ଚାଳକ ଜଣଙ୍କ ସରକାରୀ ସ୍ୱୀକୃତି ପ୍ରାପ୍ତ ଚାଳକ କି ନୁହେଁ ଏହା କିଏ କରିବ ଯାଞ୍ଚ❓ଘାଟ ଡ଼ଙ୍ଗାର ଫିଟନେସ ନିୟମିତ ବ୍ୟବଧାନରେ ହେଉଛି ତ ତନଖି❓ଆଜି ଯଦି କିଛି ଅଘଟଣ ଘଟି ଜନଜୀବନ ମହାନଦୀ ପାଣିରେ ଲୀନ ହୋଇଯାଇଥାନ୍ତା ତେବେ ପ୍ରଶାସନ ହୋଇଥାନ୍ତା ତ ଉତ୍ତର ଦାୟୀ❓

କେବେଳ ଦେଖୁବାକୁ ବାକି ରହିଲା ରାଜ୍ୟରେ ଡ଼ଙ୍ଗାବୁଡି ମୃତ୍ୟୁ ଜନୀତ ଆଉ କେତେ ଅଘଟଣ ଘଟିଲେ ଚେତିବ ଆମ ପ୍ରଶାସନ‼️

#କେନ୍ଦ୍ରାପଡାରୁ ଉତ୍କଳ କେଶରୀ ଙ୍କ ଉପସ୍ଥାପନା @KNS_LIVE

Leave a Reply

Your email address will not be published. Required fields are marked *