ଆମ ଜିଲ୍ଲା ଖବର

ଘାସବୁଦା ଭିତରେ ଲୁଚି ଗଲାଣି ବର୍ଷାଜଳ ଅମଳ ପ୍ରକଳ୍ପ

କେନ୍ଦ୍ରାପଡା: ପର୍ଯ୍ୟାପ୍ତ ପରିମାଣରେ ବର୍ଷ ହୋଇ ନଦୀ ନାଳ,ଖାଲ ଖମା, ଗାଡ଼ିଆ ପୋଖରୀ କୁ ଗଡି ଯାଇ ନଷ୍ଟ ହେଉଛି ବର୍ଷାଜଳ।ଏହାକୁ ନଷ୍ଟ ହେବାରୁ ରୋକିବା ଓ ଗଚ୍ଛିତ ରଖି ବର୍ଷାର ନିଅଣ୍ଟିଆ ପରିସ୍ଥିତିରେ ଏହାକୁ ବ୍ୟବହାର କରିବା ଉଦ୍ଦେଶ୍ୟରେ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ମାଧ୍ୟମରେ ଆର୍ଥିକ ବର୍ଷ ୨୦୨୧-୨୨ରେ ଆରମ୍ଭ ହେଲା ବର୍ଷାଜଳ ଅମଳ ପ୍ରକଳ୍ପ।
ବିଭାଗ ପକ୍ଷରୁ ସରକାରଙ୍କ ତହବିଲ ରୁ ବେୟବରାଦ କରାଯାଇ ପ୍ରକଳ୍ପ ନିମନ୍ତେ ଅର୍ଥ ମଞ୍ଜୁରୀ ହୋଇ କେନ୍ଦ୍ରାପଡା ଜିଲ୍ଲାରେ ପ୍ରକଳ୍ପ କାର୍ଯ୍ୟ ମଧ୍ୟ ବିଭିନ୍ନ ସ୍ଥାନରେ କରାଗଲା ଆରମ୍ଭ।
ସାଧାରଣ ଜନତାଙ୍କ ଟିକସ ରୁ ଲକ୍ଷ ଲକ୍ଷ ଟଙ୍କା ବିନିମୟ ହୋଇ ଗଢ଼ି ଉଠୁଥିବା ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ବା ବର୍ତ୍ତମାନର ସ୍ଥିତି ଉପରେ ଅନୁଧ୍ୟାନ କରିଥିଲା ଆମ ଟିମ୍।ସ୍ଥିତି ଅନୁଧ୍ୟାନ ବେଳେ ବର୍ଷାଜଳ ଅମଳ ପ୍ରକଳ୍ପର ସ୍ଥିତି ଆମ ନଜର କୁ ଯାହା ଆସିଥିଲା ତାକୁ କିଛି ଫଟୋଚିତ୍ର ମାଧ୍ୟମରେ ଆପଣଙ୍କ ନିକଟରେ ଅବିକଳ ରଖିବା ପାଇଁ ଆମେ କରିଛୁ ପ୍ରୟାସ।
ଦିଆଯାଇଥିବା ଫଟୋ ଚିତ୍ରରେ ଆପଣମାନେ ସ୍ପଷ୍ଟଭାବେ ଦେଖି ପାରୁଥିବେ ବର୍ଷାଜଳ ଅମଳ ପ୍ରକଳ୍ପର ବର୍ତ୍ତମାନର ସ୍ଥିତି କଣ❓
ପ୍ରକଳ୍ପର ଫଳକ କେଉଁଠି ମୁହଁ ମାଡି ମାଟିରେ ଲୋଟି ପଡ଼ିଲାଣି ତ ସ୍ୱଂୟ ପ୍ରକଳ୍ପ ମଧ୍ୟ କେଉଁଠି ଲୁଚି ଗଲାଣି ଘାସବୁଦା ଭିତରେ।ସରକାର ମଞ୍ଜୁର କରୁଥିବା ବିଭିନ୍ନ ପ୍ରକଳ୍ପ ମାନଙ୍କ ଅଗ୍ରଗତି କୁ ଯଦି ସମୀକ୍ଷା କରାଯାଏ ତେବେ ଏହି ବର୍ଷାଜଳ ଅମଳ ପ୍ରକଳ୍ପର ସ୍ଥିତି ଭାତ ହାଣ୍ଡିରୁ ଗୋଟିଏ ଭାତ ଚିପିବା ସଦୃଶ୍ୟ ମନେହୁଏ।
ସାଧାରଣ ଲୋକଟିଏ ମନରୁ ଏଠି ସ୍ୱାଭାବିକ ଭାବେ ପ୍ରଶ୍ନ ଆସୁଛି ସତରେ କଣ ସରକାରୀ କା ମାଲ ଦରିଆ ମେ ଡାଲ ନିୟମରେ ଚାଲିଛି ଆମ ସରକାରୀ ବିଧି ବ୍ୟବସ୍ଥା❓

ସାଧାରଣ ଦିନମଜୁରିଆ ଟିଏ ନିଜ ଝାଳ ବୁହା ଧନକୁ ଟିକସ ଆକାରରେ ନିର୍ବାଚିତ ସରକାରଙ୍କୁ ଦେଇଥାଏ,ଆଶାଥାଏ ସରକାର ତା ଟିକସ ଟଙ୍କାକୁ ଜନକଲ୍ୟାଣ କାର୍ଯ୍ୟରେ ବିନିଯୋଗ କରିବା ସହିତ ସମାଜର ଅଗ୍ରଗତି ନିମନ୍ତେ ବିଭିନ୍ନ ଦରକାରୀ ପ୍ରକଳ୍ପ ମାନ ଗଢ଼ି ତୋଳିବେ।କିନ୍ତୁ ଏପରି ସ୍ଥିତି ଦେଖିଲେ ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ ମନେହୁଏ।
ବିଭିନ୍ନ ପ୍ରକଳ୍ପ ମାନ ଆରମ୍ଭ କରିସାରିବା ପରେ ବିଭାଗୀୟ ଅଧିକାରୀ ମାନେ ଏହାର ଅଗ୍ରଗତି ଦିଗରେ ନା କରୁଛନ୍ତି ସମୀକ୍ଷା ନା ପରଖୁଛନ୍ତି ପ୍ରକଳ୍ପର ସ୍ଥିତି।ଖୋଦ ନିର୍ବାଚିତ ସରକାର ଯଦି ଠକାମୀ ମନବୃତ୍ତି ନେଇ କାର୍ଯ୍ୟ କରିବେ ତେବେ ସରକାରଙ୍କୁ ଜଗିବ ବା କିଏ❓

ବିଭିନ୍ନ ବିଭାଗ ଗୁଡିକ ବିଭିନ୍ନ ପ୍ରକଳ୍ପ ନାମରେ ସରକାରଙ୍କ ତହବିଲରୁ ଟଙ୍କା ମଞ୍ଜୁର କରି ଏମିତି ଅଧାପନ୍ତରିଆ ପ୍ରକଳ୍ପ ଗଢ଼ି ସାଧାରଣ ଜନତାଙ୍କ ଟିକସ ଟଙ୍କା ପାଣିରେ ନପକାନ୍ତୁ ବୋଲି ବୁଦ୍ଧିଜୀବୀ ମହଲରୁ ଦାବି ହୋଇଛି।

#କେନ୍ଦ୍ରାପଡାରୁ ଉତ୍କଳ କେଶରୀ ଙ୍କ ଉପସ୍ଥାପନା @KNS_LIVE

Leave a Reply

Your email address will not be published. Required fields are marked *