ଗ୍ରାମାଞ୍ଚଳରେ କ୍ବାକ ମାନଙ୍କ ପ୍ରାଦୁର୍ଭାବ ପାଇଁ ଦାୟୀ କିଏ❓

କେନ୍ଦ୍ରାପଡା: ସମୁଦ୍ରକୂଳିଆ ଜିଲ୍ଲା ଭାବେ ପରିଗଣିତ ଆମ କେନ୍ଦ୍ରାପଡା।ଜିଲ୍ଲାର ସ୍ୱାସ୍ଥ୍ୟ ସେବା କହିଲେ କେନ୍ଦ୍ରାପଡା ସରକାରୀ ମୁଖ୍ୟ ଚିକିତ୍ସାଳୟର ବ୍ୟବସ୍ଥା ଆବାଳ ବୃଦ୍ଧ ବନିତା ମାନଙ୍କୁ ଅଳ୍ପେ ବହୁତେ ମାଲୁମ ଥିବ! ଯଦି ବେସରକାରୀ ଚିକିତ୍ସାଳୟ କଥା କୁହାଯାଏ ତେବେ ଜିଲ୍ଲା ଚିକିତ୍ସାଳୟ ଆଖପାଖରେ କେତୋଟି ଆଙ୍ଗୁଠି ଗଣତି ପ୍ରସବ ସମ୍ପର୍କୀୟ ଡାକ୍ତରଖାନା ଛଡା ଅନ୍ୟ ବିଭାଗର ବେସରକାରୀ ଚିକିତ୍ସା ସୁବିଧା ଖୋଜିଲେ ହୁଏତ ଆପଣଙ୍କୁ କେନ୍ଦ୍ରାପଡା ରେ ମିଳିନପାରେ!!
ଅତଏବ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରୁ ଦୂର ଦୂରାନ୍ତରେ ଥିବା ସମସ୍ତ ବ୍ଲକ ମାନଙ୍କର ବାସିନ୍ଦା ପ୍ରାଥମିକ ସ୍ୱାସ୍ଥ୍ୟ ସେବା ପାଇଁ ସମ୍ପୂର୍ଣ୍ଣ ନିର୍ଭର ଯୋଗ୍ୟ ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କ ଉପରେ।
ମୌଳିକ ସୁବିଧା ଯୋଗାଇ ଦେବାକୁ ଯାଇ ସରକାର ସିନା ଜିଲ୍ଲାର ବିଭିନ୍ନ ପ୍ରାନ୍ତ ବା ବିଭିନ୍ନ ପଞ୍ଚାୟତ ମାନଙ୍କରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ବନ୍ଦୋବସ୍ତ କରିଦେଲେ ହେଲେ ସେହି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରୁ ସାଧାରଣ ଜନତା କେତେ ହେଉଛନ୍ତି ଉପକୃତ ବା କେତେ ପାଉଛନ୍ତି ସ୍ୱାସ୍ଥ୍ୟ ସେବା ସରକାରଙ୍କ ପାଖରେ ଏହାର ବାସ୍ତବ ଚିତ୍ର ଉପଲବ୍ଧ ଅଛି ତ❓
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରୁ ୬୦/୭୦ କି.ମି ଦୂରରେ ଥିବା ବ୍ୟକ୍ତି ଜଣଙ୍କର ଯେତେବେଳେ ସନ୍ଧ୍ୟା ୬ଟା ପରେ ଦେହ ଅସୁସ୍ଥ ହୋଇଯାଉଛି ବା କୌଣସି ରୋଗର ଲକ୍ଷଣ ଦେଖା ଯାଉଛି ବ୍ୟସ୍ଥ ବିବ୍ରତ ହୋଇ ବନ୍ଧୁ ପରିଜନ ଯେତେବେଳେ ଚିକିତ୍ସା ଯୋଗାଇ ଦେବାପାଇଁ ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇଯାଉଛନ୍ତି ଦେଖିବାପାଇଁ ମିଳୁଛି ସ୍ୱାସ୍ଥ୍ୟ କେନ୍ଦ୍ରର ପ୍ରମୁଖ ଫାଟକରେ ଝୁଲୁଛି ତାଲା।ସେମିତି ପରିସ୍ଥିତି ରେ ରୋଗୀ ଜଣଙ୍କୁ ସାଙ୍ଗରେ ନେଇଯାଇଥିବା ବନ୍ଧୁ ପରିଜନ କରିବେ କଣ?କେମିତି ରୋଗୀଙ୍କୁ ଯୋଗାଇ ଦେବେ ସ୍ୱାସ୍ଥ୍ୟ ସେବା?
କେମିତି ବଞ୍ଚାଇବେ ରୋଗୀର ଜୀବନ?ଵିଳମ୍ବେ ସ୍ୱାସ୍ଥ୍ୟ ସେବା ମିଳିଲେ ରୋଗୀର ସ୍ୱାସ୍ଥ୍ୟ ରେ କିଛି ହାନି ଘଟିବନି ତ?ଏମିତି ପରିସ୍ଥିତିରେ ରୋଗୀର ସଂପର୍କୀୟ କରିବେ କଣ?କାହାକୁ କରିବେ ଭରଷା?ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରୁ ଅନିତ ଦୂରରେ ଥିବା ରୋଗୀ ଜଣକ କାହାଠୁ ଗ୍ରହଣ କରିବେ ସ୍ୱାସ୍ଥ୍ୟ ସେବା?
ଶେଷରେ ଅନିଚ୍ଛା ସତ୍ୱେ ବାଧ୍ୟ ବାଧକତାରେ ପୂର୍ଣ୍ଣ ଡାକ୍ତରୀ ପାଠ ପଢ଼ିନଥିବା,ରୋଗୀ ମାନଙ୍କୁ ସେବା ଯୋଗାଇ ଦେବାପାଇଁ କୌଣସି ସରକାରୀ ଅନୁମତି ପ୍ରାପ୍ତ ହାତେଇନଥିବା ବା ରୋଗୀ ସେବା ପାଇଁ କୌଣସି ଭିତ୍ତିଭୂମି ନଥିବା ସ୍ଥାନୀୟ କ୍ବାକ୍ ଙ୍କ ପାଖକୁ ରୋଗୀ ଜଣଙ୍କ ଯିବାକୁ ବାଧ୍ୟ ହୁଏ।ଆଶା ଥାଏ ତତ୍କ୍ଷଣାତ ଡାକ୍ତରୀ ସେବା ପାଇଲେ ସ୍ୱାସ୍ଥ୍ୟ ଅବନତି ହେବାରୁ ରୋକା ଯାଇ ପାରିବ।
ଅନ୍ୟ ପକ୍ଷରେ ଯଦି ଆମେ ଦେଖିବା ସରକାର ବିଭିନ୍ନ ସମୟରେ କ୍ବାକ୍ ମାନଙ୍କ ଉପରେ ଚଢ଼ାଉ କରୁଛନ୍ତି ବା ରୋଗୀ ସେବା ଯୋଗାଇ ଦେବାରୁ ବିରତି ରହିବା ପାଇଁ ତାଗିଦ କରୁଛନ୍ତି କିନ୍ତୁ ବିଭିନ୍ନ ମହଲରୁ ପ୍ରଶ୍ନ ଉଠୁଛି ରୋଗୀଟିଏ କଣ ତା ନିଜ ସ୍ୱ-ଇଚ୍ଛା ରେ ଚିକିତ୍ସା ହେବାପାଇଁ କ୍ବାକ୍ ଙ୍କ ନିକଟରେ ଭର୍ତ୍ତି ହେଉଛି ନା ସରକାର ଙ୍କ ରୁଗ୍ଣ ସ୍ୱାସ୍ଥ୍ୟ ସେବା ଠାରୁ ଅପହଞ୍ଚ ହୋଇ ବା ସେବାକୁ ଭରଷା କରିନପାରି ଜୀବନ ବଞ୍ଚିବା ଉଦେଶ୍ୟ ନେଇ କ୍ବାକ୍ ଙ୍କ ନିକଟକୁ ଯିବାକୁ ହେଉଛି ବାଧ୍ୟ!
ଯଦି ଗ୍ରାମାଞ୍ଚଳର ରୋଗୀ ଜଣଙ୍କୁ ସରକାରୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ସୁବିଧା ମିଳି ପାରୁନି ତେବେ ସ୍ଥାନୀୟ କ୍ବାକ୍ ଙ୍କୁ ଭରଷା ନକରି ରୋଗୀଟିଏ କରିବ କଣ ,ଯିବ କୁଆଡେ❓ସ୍ୱାସ୍ଥ୍ୟ ବିଭାଗ ପାଇଁ ଆମର ପ୍ରଶ୍ନ ରହିବ ଏହାର ବିକଳ୍ପ କଣ❓ରାଜ୍ୟ ରୁ ମଦ ବ୍ୟାନ କରି ବିଷାକ୍ତ ହାତ ତିଆରି ମଦ ମୃତ୍ୟୁରେ ମୁଣ୍ଡ ଗଡ଼ିବା ସଦୃଶ୍ୟ ଉତ୍ତମ ସ୍ୱାସ୍ଥ୍ୟ ସେବାର ବିକଳ୍ପ ଯୋଗାଇ ନଦେଇ କ୍ବାକ୍ ମାନଙ୍କ ଉପରେ ରୋକ୍ ଲଗାଇବା ହେତୁ ଯେମିତି ମହରଗ ରୁ ଯାଇ କାନ୍ତା ରେ ନପଡ଼ନ୍ତି ସରକାର ନିହାତି ଏ ବିଷୟରେ ଧ୍ୟାନ ଦେବା ଆବଶ୍ୟକ ମନେହୁଏ।
କେନ୍ଦ୍ରାପଡା ରୁ ଉତ୍କଳ କେଶରୀ ଙ୍କ ଉପସ୍ଥାପନା @KNS_LIVE