ଗୋଚାଲାଣ କୁ ବିରୋଧ କରିବାରୁ ସମାଜସେବୀ ଶୁଭାଶିଷ ଷଡ଼ଙ୍ଗୀଙ୍କୁ ପୁଣି ମରଣାନ୍ତକ ଆକ୍ରମଣ।

କେନ୍ଦ୍ରାପଡା: ଜିଲ୍ଲାର ଆଳି ଅଞ୍ଚଳରେ ଦିନକୁ ଦିନ ବଢି ଚାଲିଛି ଗୋ-ଚାଲାଣକାରୀଙ୍କ ପାଦ୍ରୁର୍ଭାଵ। ଅଭିଯୋଗ ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଆଳି ଥାନା ଅଧିନ ମେଣ୍ଡିପୁର ପଞ୍ଚାୟତ ବସ୍ତି ଅଞ୍ଚଳରୁ ଏକ ଗୋରୁବୋଝେଇ ଗାଡି ଚାଲାଣ ହେଉଥିବା କୌଣସି ସୂତ୍ରରୁ ଖବରପାଇ ସ୍ଥାନୀୟ ଅଞ୍ଚଳର ସମାଜସେବୀ ଶୁବାଶିଷ ଷଡ଼ଙ୍ଗୀ ଘଟଣା ସ୍ଥଳରେ ପହଁଚିବା ସହିତ ବିଳମ୍ବିତ ରାତିରେ ଚାଲାଣ ହେଉଥିବା ଗୋରୁ ବୋଝେଇ ଗାଡିକୁ ଅଟକାଇବା ପାଇଁ ଚେଷ୍ଟା କରି ସାମଜିକ ଗଣମାଧ୍ୟମ ଫେସବୁକ ଲାଇଭ କରଥିଲେ।ଏନେଇ ଗୋଚାଲାଣ କାରୀ ମାନେ ଉତକ୍ଷିପ୍ତ ହୋଇ ଶୁବାଶିଷ ଙ୍କୁ ଘଟଣାସ୍ଥଳରେ ସଙ୍ଗବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରିଥିଲେ।ଗୁରୁତର ଆହତ ହୋଇ ଶୁଭାଶିଷ ଆଳି ଥାନାକୁ ଖବର ଦେବାପରେ ପୁଲିସ ଘଟଣା ସ୍ଥଳରୁ ଶୁଭାଶିଷ ଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ପଠାଇଥିଲେ।ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ବର୍ତ୍ତମାନ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶୁଭାଶିଷ ଚିକିତ୍ସାଧିନ ଅଛନ୍ତି।
ଅନ୍ୟପକ୍ଷରେ ଗୋରକ୍ଷକ ଙ୍କ ଉପରେ ବାରମ୍ବାର ଏମିତି ଆକ୍ରମଣ କୁ ନେଇ ତମାମ ଜିଲ୍ଲାର ଗୋରକ୍ଷକ ମହଲରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। କେନ୍ଦ୍ରାପଡା ଜିଲ୍ଲାରେ ବାରମ୍ବାର ଗୋଚାଲାଣକୁ ନେଇ ଅଘଟଣ ଘଟିଯାଉଥିଲେ ମଧ୍ୟ ପୁଲିସ ପ୍ରଶାସନ ଆଖି ଦୃଷ୍ଟିଆ ପଦକ୍ଷେପ ଗ୍ରହଣ ନକରିବା ସାଧାରଣରେ ଜନଅସନ୍ତୋଷ ସୃଷ୍ଟି କରୁଛି।
ବ୍ୟୁରୋ ରିପୋର୍ଟ @KNS_LIVE