ଆମ ଜିଲ୍ଲା ଖବର

ଚାନ୍ଦୋଳ ବଜାରରେ ଖୋଲିଲା ମୋବାଇଲ ଇଣ୍ଡିଆ ର ପଞ୍ଚମ ଶାଖା।

କେନ୍ଦ୍ରାପଡାର ଜିଲାର ଅଗ୍ରଣୀ ଇଲେକ୍ଟ୍ରୋନିକ୍ସ ଏବଂ ମୋବାଇଲ ଦୋକାନ ଭାବେ ଖୁବ ପରିଚିତ ଥିବା ମୋବାଇଲ ଇଣ୍ଡିଆ ର ପଞ୍ଚମ ବ୍ୟବସାୟ ପ୍ରତିଷ୍ଠାନ ମୋବାଇଲ ଇଣ୍ଡିଆ ଆଣ୍ଡ ହୋମ ଆପ୍ଲାଏନ୍ସ ଚାନ୍ଦୋଳ ବଜାର ଠାରେ ଉଦ୍ଘାଟନ ହୋଇଯାଇଛି।ରାଜ୍ୟର ସୁନାମଧନ୍ଯ ବ୍ୟବସାୟୀ ପପୁ ହଂସ ମୁଖ୍ଯ ଅତିଥି ଭାବେ ଯୋଗଦେବା ସହ ଫିତା କାଟି ଏହି ପ୍ରତିଷ୍ଠାନର ଶୁଭ ଉଦ୍ଘାଟନ କରିଥିଲେ।

ପପୁହଂସ ଙ୍କୁ ମୋବାଇଲ ଇଣ୍ଡିଆ ର କର୍ମଚାରୀ ମାନେ ବଜାର ପରିକ୍ରମା କରାଇ ସ୍ବତନ୍ତ୍ର ଭାବେ ସ୍ବାଗତ କରିଥିଲେ। ମୋବାଇଲ ଇଣ୍ଡିଆ ର ପ୍ରତିଷ୍ଠାତା ଜନ୍ମେଞ୍ଜୟ ସାମଲ ଓ ଏହି ପରିବାରର ସମସ୍ତ କର୍ମଚାରୀ ମାନଙ୍କୁ ପପୁ ବ୍ୟବସାୟର ଗୁରୁମନ୍ତ୍ର ଦେଇଥିଲେ। ଗ୍ରାମାଞ୍ଚଳ ରେ ଇଲେକ୍ଟ୍ରୋନିକ୍ସ ଓ ମୋବାଇଲ ର ବହୁଳ ଚାହିଦା କୁ ଉପଲବ୍ଧି କରି ମୋବାଇଲ ଇଣ୍ଡିଆ ଚାନ୍ଦୋଳ ରେ ତାର ଶାଖା ଖୋଲିବା ସହ ବିଭିନ୍ନ ଆକର୍ଷଣୀୟ ଉପହାର ଦେଇ ନିଜର ଗ୍ରାହକ ଙ୍କୁ ସହଜ କିସ୍ତି ସହ ଉଚିତ ମୂଲ୍ଯରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦ ଯୋଗାଇ ଦେବା ର ଲକ୍ଷ ରଖିବା ନେଇ କହିଛନ୍ତି ଜନ୍ମେଞୟ।

ଏହି ଉଦ୍ଘାଟନି ଉସ୍ଛବରେ କେନ୍ଦ୍ରାପଡାର ବରିଷ୍ଠ ବ୍ୟବସାୟୀ ନିରଞ୍ଜନ ଦାସ ,ସମାଜସେବୀ ପ୍ରମୋଦ ସାହୁ , ଚାନ୍ଦୋଳ ବଜାର କମିଟିର ସଭାପତି ଶିବାଶିଷ ମହାନ୍ତି, ପ୍ରବୀର ପଣ୍ଡା ସାମ୍ବାଦିକ ସୁବ୍ରତ ସାମଲ ଆଦି ଯୋଗଦେଇଥିଲେ। ମୋବାଇଲ ଇଣ୍ଡିଆ ପରିବାର ପକ୍ଷରୁ ଧନଞୟ ସାମଲ, ଦେବୀପ୍ରସାଦ ମହାନ୍ତି ଆଦି ଉପସ୍ଥିତ ରହି ଅତିଥି ଚର୍ଚ୍ଚା କରିଥିଲେ।

Leave a Reply

Your email address will not be published. Required fields are marked *