ଆମ ଜିଲ୍ଲା ଖବର

ବ୍ରିଜ ଭୁଷୁଡିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନହେଲେ ଆନ୍ଦୋଳନ ଚେତାବନୀ : ବିଜେପି ।

କେନ୍ଦ୍ରାପଡ଼ା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ନିକଟରେ ସହରର ମଧ୍ୟ ଭାଗରେ ପୁଣି ପୂର୍ତ୍ତ ବିଭାଗ କାର୍ଯ୍ୟାଳୟର ପ୍ରାଚେରୀକୁ ଲାଗି ନିର୍ମାଣାଧୀନ ପୋଲ ଭୁଶୁଡିବାର 24 ଘଣ୍ଟା ଅତିବାହିତ ଯାଇଥିଲେ ମଧ୍ୟ ଦୋଷୀଙ୍କ ବିରୋଧ ରେ କୌଣସି ପ୍ରକାର ପଦକ୍ଷେପ ନ ନେବା ଏହାର 5T ଫେଲ ବା ଲୋକ ଦେଖାଣିଆର ବଡ ଉଦାହରଣ ବୋଲି ବିଜେପି ଅଭିଯୋଗ କରିଛି l ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡାଙ୍କ ନେତୃତ୍ୱରେ ରାଜ୍ୟ ପ୍ରବକ୍ତା ତେଜେଶ୍ୱର ପରିଡା, ଜିଲ୍ଲା ସାଧାରଣ ସମ୍ପାଦକ ଅଭିମନ୍ୟୁ ଗୋଛାୟତ, ଜିଲ୍ଲା ସମ୍ପାଦକ ମିହିର କୁମାର ସାମଲ, ମଣ୍ଡଳ ସଭାପତି ପ୍ରକାଶ ଦାସ ପ୍ରମୁଖ ଙ୍କୁ ନେଇ ଗଠିତ ଏକ ପ୍ରତିନିଧି ମଣ୍ଡଳୀ ଘଟଣା ସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି l ଉପସ୍ଥିତ ପତ୍ରକାରଙ୍କୁ ନେତାମାନେ ପ୍ରତିକ୍ରିୟା ରଖି କହିଲେ ଯେ, ରାଜ୍ୟ ସରକାର ସମ୍ପୂର୍ଣ୍ଣ ଦୁର୍ନୀତି ରେ ବୁଡି ରହିଛନ୍ତି l ମାତ୍ରାଧିକ ପିସି କାରବାର ପାଇଁ ସରକାରୀ ନିର୍ମାଣ ଗୁଡିକର ତଦାରଖ ଠିକ ଭାବରେ ହୋଇ ପାରୁନାହିଁ l ପ୍ରକଳ୍ପର ଶୁଭ ଦିଆ ଯିବାର ବର୍ଷେ ପରେ କାମ ଆରମ୍ଭ ହେବା ଓ ସ୍ଲାବ ପକାଯିବାର 15 ଘଣ୍ଟା ପରେ 36 ମିଟର ଦୀର୍ଘ୍ୟ ସ୍ଲାବ ସମ୍ପୂର୍ଣ୍ଣ ଭୁଶୁଡି ପଡିବା ଠିକାଦାରଙ୍କ ବେପରବାହ ତଥା ଅପରିଣାମଦର୍ଶୀ କାର୍ଯ୍ୟର ନଗ୍ନ ଚିତ୍ର l ଏ ବାବଦରେ ବିଜେଡିର ଦୁଇଜଣ ପ୍ରଭାଵଶାଳୀ ମନ୍ତ୍ରୀ, ସଂସଦ ଆଜି ପର୍ଯ୍ୟନ୍ତ ମୁହଁ ଖୋଲିଲେ ନାହିଁ l ଘଟଣା ଘଟିବାର 24 ଘଣ୍ଟା ପରେ ବିଧାୟକ ଆସି ଘଟଣା ସ୍ଥଳ ବୁଲି ପଡି ନିଜର କର୍ତ୍ତବ୍ୟ ସମ୍ପାଦନ କରିଦେଇଛନ୍ତି ବୋଲି ବିଜେପି ଅଭିଯୋଗ କରିଛିl

ଅପରପକ୍ଷେ ଏପର୍ଯ୍ୟନ୍ତ ଘଟଣାରେ ସମ୍ପୃକ୍ତ ଠିକାଦାରୀ ସଂସ୍ଥା କିମ୍ବା ଦାୟିତ୍ବରେ ଅବହେଳା କରିଥିବା ଯନ୍ତ୍ରୀ, ଅଫିସର ଙ୍କ ବିରୋଧରେ କୌଣସି ଆଖି ଦୃଶିଆ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା l ତୁରନ୍ତ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇ କେନ୍ଦ୍ରାପଡ଼ା ବାସୀଙ୍କ ଜୀବନ ସହିତ ଖେଳିଥିବା ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ ବିଜେପି ତରଫରୁ ଆଗାମୀ ଦିନରେ ଦୃଢ ଆନ୍ଦୋଳନ କରାଯିବ ବୋଲି ଜିଲ୍ଲା ସଭାପତି ଶ୍ରୀ ପଣ୍ଡା କହିଛନ୍ତି l

Leave a Reply

Your email address will not be published. Required fields are marked *