ଖେଳ

ଆଇସିସି ଟ୍ବେଣ୍ଟି-୨୦ ପୁରୁଷ ବିଶ୍ବକପ୍‌: ଦଳକୁ ଫେରିଲେ ବୁମରା, ହର୍ଷଲ୍‌

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଆସନ୍ତା ମାସରେ ଖେଳାଯିବାକୁ ଥିବା ଆଇସିସି ଟ୍ବେଣ୍ଟି-୨୦ ପୁରୁଷ ବିଶ୍ବକପ୍‌ ଲାଗି ଏକ ୧୫ ଜଣିଆ ଭାରତୀୟ ଦଳ ଘୋଷିତ ହୋଇଛି। ଆହତରୁ ମୁକ୍ତ ହୋଇଥିବା ଦୁଇ ପ୍ରମୁଖ ଦ୍ରୁତ ବୋଲିଂ ଅସ୍ତ୍ର ଯଶପ୍ରୀତ୍ ବୁମରା ଓ ହର୍ଷଲ୍ ପଟେଲ୍‌ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ରୋହିତ ଶର୍ମାଙ୍କୁ ନେତୃତ୍ବ ଏବଂ କେଏଲ୍ ରାହୁଲଙ୍କୁ ଉପଅଧିନାୟକ ନିଯୁକ୍ତ କରାଯାଇଛି। ରବୀନ୍ଦ୍ର ଜାଦେଜାଙ୍କ ବିନା ଖେଳିବାକୁ ଯାଉଥିବା ଭାରତୀୟ ଦଳ ତାଙ୍କ ବାଉଁଆ ବିକଳ୍ପ ଭାବେ ଅକ୍ଷର ପଟେଲ୍‌ଙ୍କୁ ସାମିଲ କରିଛି। ଏସିଆ କପ୍‌ ଦଳରୁ କେବଳ ରବି ବିଷ୍ଣୋଇ ଓ ଆୱେଶ ଖାନ୍ ବାଦ ପଡ଼ିଛନ୍ତି। ବିଷ୍ଣୋଇ କିନ୍ତୁ ଷ୍ଟାଣ୍ଡ୍ ବାଇ ତାଲିକାରେ ସାମିଲ ଅଛନ୍ତି। ଏସିଆ କପ୍ ଖେଳିଥିବା ଦଳରୁ ଅର୍ଶଦୀପ ସିଂହ ବାଦ୍ ପଡ଼ିବା ନେଇ ଚର୍ଚ୍ଚା ହୋଇଥିଲେ ମଧ୍ୟ ସେ ସ୍ଥାନ ବଜାୟ ରଖିଛନ୍ତି। ଆୱେଶ ଖାନ୍‌ ଆହତ କାରଣରୁ ଏସିଆ କପ୍‌ ଅଧାରୁ ବାଦ୍‌ ପଡ଼ିଥିଲେ ମଧ୍ୟ ମହଙ୍ଗା ବୋଲର ରହିଥିବାରୁ ଚୟନକର୍ତ୍ତାମାନେ ତାଙ୍କଠାରୁ ନଜର ହଟାଇ ନେଇଛନ୍ତି। ପାକିସ୍ତାନ ବିପକ୍ଷରେ ଏକମାତ୍ର ମ୍ୟାଚ୍‌ ଖେଳିଥିବା ରବି ବିଷ୍ଣୋଇଙ୍କୁ ପଛରେ ପକାଇ ଅଭିଜ୍ଞ ଅଫସ୍ପିନର ରବିଚନ୍ଦ୍ରନ ଅଶ୍ବିନଙ୍କୁ ନେଇଛି ବିସିସିଆଇ। ଦଳରେ କିନ୍ତୁ ଅନ୍ୟ ଦୁଇ ସ୍ପିନ୍‌ ବିକଳ୍ପ ଭାବେ ସାମିଲ ଅଛନ୍ତି ୟୁଝବେନ୍ଦ୍ର ଚହଲ ଓ ଅକ୍ଷର ପଟେଲ୍‌। ଦୁଇ ୱିକେଟ୍‌ରକ୍ଷକ ଋଷଭ ପନ୍ତ୍‌ ଓ ଦୀନେଶ କାର୍ତ୍ତିକଙ୍କୁ ମଧ୍ୟ ବିଶ୍ବକପ୍‌ ଦଳରେ ନିଆଯାଇଛି। ବ୍ୟାଟିଂରେ ପୂର୍ବଭଳି ରୋହିତ ଶର୍ମା, କେଏଲ୍ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ ଏବଂ ଅଲରାଉଣ୍ଡର୍‌ ଭାବେ ଦୀପକ ହୁଡା, ହାର୍ଦିକ ପାଣ୍ଡ୍ୟା ରହିଛନ୍ତି। ୪ ଜଣିଆ ପେସ୍‌ ବାହିନୀ ଦାୟିତ୍ବରେ ରହିବେ ଯଶପ୍ରୀତ୍ ବୁମରା, ହର୍ଷଲ ପଟେଲ୍‌, ଭୁବନେଶ୍ବର କୁମାର ଓ ଅର୍ଶଦୀପ ସିଂହ।
ବିଶ୍ବକପ୍‌ ଦଳ ସହିତ ସୋମବାର ମଧ୍ୟ ଭାରତ ଏହାର ଦୁଇ ଘରୋଇ ଟ୍ବେଣ୍ଟି-୨୦ ଶୃଙ୍ଖଳା ଲାଗି ଦଳ ଘୋଷଣା କରିଛି। ବିଶ୍ବକପ୍‌ ପାଇଁ ଘୋଷିତ ଦଳରୁ ଅର୍ଶଦୀପ ସିଂହଙ୍କୁ ବାଦ୍‌ ଏବଂ ମହମ୍ମଦ ସାମି ଓ ଦୀପକ ଚହରଙ୍କୁ ସାମିଲ କରି ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବାକୁ ପ୍ରସ୍ତୁତ ହେବ। ୩ ମ୍ୟାଚ୍‌ ବିଶିଷ୍ଟ ଅଷ୍ଟ୍ରେଲିଆ ଶୃଙ୍ଖଳା ସେପ୍ଟେମ୍ବର ୨୦ରୁ ଆରମ୍ଭ ହେବ। ଦକ୍ଷିଣ ଆଫ୍ରିକା‌ ବିପକ୍ଷରେ ସେପ୍ଟେମ୍ବର ୨୮ରୁ ଆରମ୍ଭ ହେବାକୁ ଥିବା ୩ ମ୍ୟାଚ୍‌ ଶୃଙ୍ଖଳାରୁ ହାର୍ଦିକ ପାଣ୍ଡ୍ୟା ଓ ଭୁବନେଶ୍ବର କୁମାରଙ୍କୁ ବିଶ୍ରାମ ଦିଆଯାଇଛି। ଏହି ଶୃଙ୍ଖଳାରେ ମଧ୍ୟ ମହମ୍ମଦ ସାମି, ଦୀପକ ଚହର ସ‌ୁଯୋଗ ପାଇବେ। ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ଶୃଙ୍ଖଳା ସମୟରେ ହାର୍ଦିକ ପାଣ୍ଡ୍ୟା, ଅର୍ଶଦୀପ ସିଂହ ଓ ଭୁବନେଶ୍ବର କୁମାର ବେଙ୍ଗାଲୁରୁ ଏନ୍‌ସିଏରେ କିଛି ଦିନ କାଟିବେ।
ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଦଳ
ରୋହିତ ଶର୍ମା (ଅଧିନାୟକ), କେଏଲ୍ ରାହୁଲ (ଉପଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡା, ଋଷଭ ପନ୍ତ୍‌ (ୱିକେଟରକ୍ଷକ), ଦୀନେଶ କାର୍ତ୍ତିକ (ୱିକେଟରକ୍ଷକ), ହାର୍ଦିକ ପାଣ୍ଡ୍ୟା, ଆର୍‌ ଅଶ୍ବିନ, ୟୁଝବେନ୍ଦ୍ର ଚହଲ, ଅକ୍ଷର ପଟେଲ୍‌, ଯଶପ୍ରୀତ୍ ବୁମରା, ଭୁବନେଶ୍ବର କୁମାର, ହର୍ଷଲ୍ ପଟେଲ୍‌, ଅର୍ଶଦୀପ ସିଂହ। ଷ୍ଟାଣ୍ଡବାଇ: ମହମ୍ମଦ ସାମି, ଶ୍ରେୟସ ଆୟର, ରବି ବିଷ୍ଣୋଇ, ଦୀପକ ଚହର।
ଅଷ୍ଟ୍ରେଲିଆ ବିପକ୍ଷ ଦଳ
ରୋହିତ ଶର୍ମା (ଅଧିନାୟକ), କେଏଲ୍ ରାହୁଲ (ଉପଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡା, ଋଷଭ ପନ୍ତ୍‌ (ୱିକେଟରକ୍ଷକ), ଦୀନେଶ କାର୍ତ୍ତିକ (ୱିକେଟରକ୍ଷକ), ହାର୍ଦିକ ପାଣ୍ଡ୍ୟା, ଆର୍‌ ଅଶ୍ବିନ, ୟୁଝବେନ୍ଦ୍ର ଚହଲ, ଅକ୍ଷର ପଟେଲ୍‌, ଭୁବନେଶ୍ବର କୁମାର, ମହମ୍ମଦ ସାମି, ହର୍ଷଲ୍ ପଟେଲ୍‌, ଦୀପକ ଚହର, ଯଶପ୍ରୀତ ବୁମରା।
ଦକ୍ଷିଣ ଆଫ୍ରିକା ବିପକ୍ଷ ଦଳ
ରୋହିତ ଶର୍ମା (ଅଧିନାୟକ), କେଏଲ୍ ରାହୁଲ (ଉପଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡା, ଋଷଭ ପନ୍ତ୍‌ (ୱିକେଟରକ୍ଷକ), ଦୀନେଶ କାର୍ତ୍ତିକ (ୱିକେଟରକ୍ଷକ), ଆର୍‌ ଅଶ୍ବିନ, ୟୁଝବେନ୍ଦ୍ର ଚହଲ, ଅକ୍ଷର ପଟେଲ୍‌, ଅର୍ଶଦୀପ ସିଂହ, ମହମ୍ମଦ ସାମି, ହର୍ଷଲ୍ ପଟେଲ୍‌, ଦୀପକ ଚହର, ଯଶପ୍ରୀତ ବୁମରା।

Leave a Reply

Your email address will not be published. Required fields are marked *