ରାଜ୍ୟ

ପାଣିପାଗ ବିଜ୍ଞାନୀଙ୍କ ସୂଚନା: ବାତ୍ୟାର ସମ୍ଭାବନା ନାହିଁ

ଭୁବନେଶ୍ବର: ଆଜି ପ୍ରବଳ ବର୍ଷିବ। ଉପକୂଳ ଓଡ଼ିଶାରେ ବର୍ଷାର ବିସ୍ତୃତି ବଢ଼ିବ। ଦକ୍ଷିଣ ଉପକୂଳରେ କିଛି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଗତକାଲିଠାରୁ ଦକ୍ଷିଣ ବଙ୍ଗୋପସାଗର ଅଞ୍ଚଳରେ ଘୁର୍ଣ୍ଣିବଳୟ ରହିଥିଲା। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷା ରହିବ। ଉପକୂଳବର୍ତ୍ତୀ କିଛି ଜିଲ୍ଲାରେ ବିଜୁଳି ଘଡଘଡି ସାଙ୍ଗକୁ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଟ୍ଵିନ ସିଟିରେ ମଧ୍ୟ ହଲୁକାରୁ ମାଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲିଠାରୁ ବର୍ଷାର ବିସ୍ତୃତି କମିପାରେ। ତେବେ ରାଜ୍ୟରୁ ଏପର୍ଯ୍ୟନ୍ତ ମୌସୁମୀ ଅପସାରଣ କରିନାହିଁ ଏବଂ ବର୍ଷା ଲାଗି ରହୁଥିବାରୁ ମୋସୁମୀ ଅପସାରଣ କେବେ ହେବ ଆକଳନ ହୋଇନାହିଁ।
ସେ ଆହୁରି କହିଛନ୍ତି, ବାତ୍ୟା ନେଇ କୌଣସି ସୂଚନା ନାହିଁ। ଚଳିତ ଅକ୍ଟୋବର ମାସରେ ସ୍ୱାଭାବିକଠାରୁ ସର୍ବାଧିକ ୬୯ ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଛି , କିନ୍ତୁ ବାତ୍ୟାର ସମ୍ଭାବନା ନାହିଁ।

Leave a Reply

Your email address will not be published. Required fields are marked *