ରାଜ୍ୟ
ଅନଲାଇନ ୱାର୍କ ଫ୍ରମ ହୋମ୍ କରି ଫସିଲେ ଯୁବକଯୁବତୀ; ୫ଲକ୍ଷ ଟଙ୍କା ଲୁଟିନେଲା ସାଇବର ଠକ

ରାଉରକେଲା ୧୧/୧୦: ପୁଣି ଅନଲାଇନରେ ଠକିଲେ ଠକ। ରାଉରକେଲାର ମୋଟ୍ ୪୮୦ ଜଣ ଯୁବତଯୁବତୀ ଠକାମିର ଶୀକାର ହୋଇଛନ୍ତି । ଏଥର ଅଭିନବ ଉପାୟରେ ଠକିଛି ଠକ। ନେକ୍ସଜନ ପ୍ରାଇଭେଟ ଲିମିଟେଡ଼ ନାଁରେ ଏକ ଠକ ସଂସ୍ଥା ଖୋଲି ସରକାରୀ ସଂସ୍ଥାରେ ଘରେ ବସି ଅନଲାଇନରେ କାମ କଲେ ମାସିକ ୯ହଜାର ଟଙ୍କା ଦେବାକୁ କହି ଲିଙ୍କ୍ ପଠାଇ ଜଣଙ୍କଠାରୁ ୧,୧୧୫ ଟଙ୍କା ଲେଖାଁଏ ପ୍ରାୟ ୪୮୦ ପିଲାଙ୍କ ଠାରୁ ଗୁଗୁଲ୍ପେରେ ସୁମନ ଆଚାର୍ଯ୍ୟ ନାଁରେ ପଠାଯାଇଛି ଟଙ୍କା।
ଯୁବକଯୁବତୀମାନେ ୧୦ ଦିନ ତାଲିମ ପରେ ଗୋଟିଏ ମାସ ଘରେ ବସି ଅନଲାଇନରେ କାମ କରିବାପରେ ଦରମା ନମିଳିବାରୁ ସନ୍ଦେହ ସୃଷ୍ଟି ହୋଇଥିଲା। କିନ୍ତୁ ୨ ଦିନ ହେଲା କର୍ତ୍ତୃପକ୍ଷଙ୍କ ମୋବାଇଲ୍ ସୁଇଚ ଅଫ୍ ଥିବାରୁ ଶେଷରେ ମଙ୍ଗଳବାର ସାଇବର ଥାନାରେ ସମ୍ପୃକ୍ତ ଯୁବକଯୁବତୀମାନେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଠକ ସଂସ୍ଥା ପାଖାପାଖି ୫ଲକ୍ଷରୁ ଅଧିକ ଟଙ୍କା ଠକିନେଇଛି। ଅଭିଯୋଗ ହେବା ପରେ ଏନେଇ ରାଉରକେଲା ସାଇବର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି।