ମାର୍ଶାଘାଇ ପଞ୍ଚାୟତରେ ମୋତିଆବିନ୍ଦୁ ଚିହ୍ନଟ ଶିବିର ଅନୁଷ୍ଠିତ।

କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ପଞ୍ଚାୟତରେ ମାଗଣା ମୋତିଆ ବିନ୍ଦୁ ଚିହ୍ନଟ ଶିବିର ଆୟୋଜିତ ହୋଇଯାଇଛି। ମାର୍ଶାଘାଇ ସରପଞ୍ଚ ଭାଗବତ ବେହେରା ଓ ସମିତି ସଭ୍ୟ ପ୍ରସନ୍ନ ସାହୁଙ୍କ ତତତ୍ଵାବଧାନରେ ଅନୁଷ୍ଠିତ ଶିବିର ରେ ଭୂମିକା ଚକ୍ଷୁ ଚିକତ୍ସାଳୟର ଡାକ୍ତରୀ ଦଳ ପ୍ରକାଶ କୁମାର ମଲ୍ଲିକ, ରିନା ମହାନ୍ତି, ବିଷ୍ଣୁପ୍ରିୟା ମିଶ୍ର, ବିଶ୍ଵ ପ୍ରକାଶ ସ୍ୱାଇଁ, ସୁବାଷ ଚନ୍ଦ୍ର ସ୍ୱାଇଁ ଯୋଗଦେଇ ଥିଲେ। ମୋଟ 25 ଜଣଙ୍କୁ ଚିହ୍ନଟ କରାଯାଇ ମୋତିଆ ବିନ୍ଦୁ ଅପରେସନ ପାଇଁ ନିଷ୍ପତ୍ତି ନିଆଯାଇଛି।ସରପଞ୍ଚ ଗ୍ରାମରେ ବୁଲି ଲୋକଙ୍କ ସମସ୍ୟା ବୁଝିଥିବା ସମୟରେ ବହୁତ ବୃଦ୍ଧ ବୟସର ଲୋକଙ୍କ ଏଭଳି ସମସ୍ୟା ରହିଛି ବୋଲି ଅଭିଯୋଗ କରିଥିଲେ l ଏଭଳି ସମସ୍ୟା କେମିତି ଦୂର ହେବ ସେଥିପାଇଁ ସରପଞ୍ଚ ତରଫରୁ ମୋତିଆ ବିନ୍ଦୁ ଚିହ୍ନଟ ଶିବିର ଆୟୋଜନ କରାଯାଇ ଚିହ୍ନଟ ହୋଇଥିବା ଲୋକ ମାନଙ୍କୁ ନେବା ଆଣିବା ସହ ସମସ୍ତ ପ୍ରକାର ଚିକିତ୍ସା ବିନା ମୂଲ୍ଯରେ କରାଯିବ ବୋଲି କହିଛନ୍ତି ସରପଞ୍ଚ ଭାଗବତ ବେହେରା।
ମାର୍ଶାଘାଇରୁ ମନୋଜ କୁମାର ଦାସ ଙ୍କ ରିପୋର୍ଟ KNS Live