ମାର୍ଶାଘାଇରେ ପ୍ରସ୍ତାବିତ ବସ୍ ଷ୍ଟାଣ୍ଡ ପ୍ରକଳ୍ପ କୁ ବିରୋଧ କାହିଁକି❓

କେନ୍ଦ୍ରାପଡା: ଭୌଗଳିକ ଦୃଷ୍ଟିକୋଣରୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟାଳୟ ଓ ଉପକୂଳବର୍ତ୍ତୀ ବ୍ଲକ ମହାକାଳପଡ଼ା ର ମଝି ଭାଗରେ ଅବସ୍ଥିତ ଅଛି ମାର୍ଶାଘାଇ ବ୍ଲକ। ମାର୍ଶାଘାଇ ବଜାର ନିକଟରେ ରହିଛି ମାର୍ଶାଘାଇ ମହାବିଦ୍ୟାଳୟ।ମହାବିଦ୍ୟାଳୟ କୁ ସଲଗ୍ନ ହୋଇରହିଥିବା ଜମିରେ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତାବିତ ବସ୍ ଷ୍ଟାଣ୍ଡ ପ୍ରକଳ୍ପ କାର୍ଯ୍ୟ…।
ବ୍ଲକ ସ୍ତରୀୟ ପ୍ରସ୍ତାବିତ ବିକାଶ ମୂଳକ କାର୍ଯ୍ୟ କୁ କେହି ବିରୋଧ କରୁନାହାନ୍ତି କି କରିବା ଉଚିତ ମଧ୍ୟ ନୁହେଁ।ପ୍ରସଙ୍ଗ ହେଉଛି ପ୍ରସ୍ତାବିତ ଵସ୍ ଷ୍ଟାଣ୍ଡ ପ୍ରକଳ୍ପ ଜିଲ୍ଲା ନିମନ୍ତେ କେତେ ଆବଶ୍ୟକ ଏବଂ ଏହା କେଉଁ ସ୍ଥାନରେ ନିର୍ମାଣ କରାଯାଉଛି?ବସ୍ ଷ୍ଟାଣ୍ଡ ଯେଉଁ ସ୍ଥାନରେ ନିର୍ମାଣ କରାଯାଉଛି ପ୍ରକୃତରେ ଏହା କଣ ଉକ୍ତ ପ୍ରକଳ୍ପ ନିମନ୍ତେ ଉପଯୁକ୍ତ ସ୍ଥାନ କି? ସର୍ବପରେ ଏହି ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହେବାପରେ ଜିଲ୍ଲା ର ଜନସାଧାରଣ ଙ୍କ ହିତରେ ଏହା କେତେ ହେବ ବ୍ୟବହାର ଯୋଗ୍ୟ ❓
ଫେରିବା ଜିଲ୍ଲାର ଅବସ୍ଥିତି ଉପରକୁ।ଭୌଗଳିକ ଦୃଷ୍ଟି ରୁ ଦେଖିଲେ କେନ୍ଦ୍ରାପଡା ଜିଲ୍ଲାର ଶେଷ ଭାଗରେ ଅବସ୍ଥିତ ରହିଛି ମହାକାଳପଡ଼ା ବ୍ଲକ।ଉପକୂଳବର୍ତ୍ତୀ ବ୍ଲକ ମହାକାଳପଡ଼ା ର ଶେଷସୀମା କୁ ଲାଗି ବହି ଯାଇଛି ମହାନଦୀ ସଲଗ୍ନ ଅବବାହିକା ନଦୀ।ଜିଲ୍ଲାର ଶେଷ ସୀମା ତଥା ଉପକୂଳବର୍ତ୍ତୀ ଅଞ୍ଚଳ ଟୁବି, ଖୋଳା, ବାହାକୁଦ ,ଖରନାସି, ଜମ୍ବୁ ଛପାଲି ଆଦି ନଦୀ କୂଳିଆ ଅଞ୍ଚଳର ବାସିନ୍ଦା ମାନେ ପ୍ରତ୍ୟେକ ଦିନ ନିତ୍ୟ ଆବଶ୍ୟକ କାର୍ଯ୍ୟ ନିମନ୍ତେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟାଳୟ କୁ କରନ୍ତି ଯିବା ଆସିବା,ଶହ ଶହ ଛାତ୍ରଛାତ୍ରୀ ମାନେ ମଧ୍ୟ ମାର୍ଶାଘାଇ ମହାବିଦ୍ୟାଳୟ ସମତେ ଜିଲ୍ଲା ମୁଖ୍ୟାଳୟ ର ଅନାନ୍ୟ ଶିକ୍ଷାନୁଷ୍ଠାନ ମାନଙ୍କୁ କରନ୍ତି ଯାତାୟାତ।ଯିବା ଆସିବାର ମାଧ୍ୟମ କହିଲେ ମହାକାଳପଡ଼ା ବ୍ଲକ ଅଞ୍ଚଳର ଜମ୍ବୁ,ଖରନାସି,ରାମନଗର, ବାହାକୁଦ ଓ ଛପାଲି ଅଞ୍ଚଳରୁ ପ୍ରତିଦିନ ଘରୋଇ ବସ୍ ଗୁଡିକ କରନ୍ତି ଯାତାୟାତ।ତଥ୍ୟ ଅନୁସାରେ କେନ୍ଦ୍ରାପଡା ଜିଲ୍ଲାର ଶେଷ ପରିସୀମା ରୁ ବସ୍ ଗୁଡିକ ନିଜ ସମାୟାନୁସାରେ ଗନ୍ତବ୍ୟ ପଥ ଆରମ୍ଭ କରି ଭାୟା ମାର୍ଶାଘାଇ ହୋଇ ଜିଲ୍ଲା ମୁଖ୍ୟାଳୟ କେନ୍ଦ୍ରାପଡା ପହଁଚିବା ପରେ କେନ୍ଦ୍ରାପଡା ରୁ ଦୈତ୍ୟ ନଗରୀ କୁ ଗନ୍ତବ୍ୟ କରନ୍ତି ଏବଂ ପୁଣି ନିଜ ସମୟ ଅନୁସାରେ ଭାୟା ମାର୍ଶାଘାଇ ହୋଇ ଫେରିବା ପରେ ମହାକାଳପଡ଼ା ର ବିଭିନ୍ନ ଅଞ୍ଚଳରେ ପହଁଚି ରାତ୍ର ରହଣି କରନ୍ତି ।
ତେବେ ନିହାତି ବିତର୍କ ର ବିଷୟ ହେଉଛି ପ୍ରଶାସନ ବସ୍ ପ୍ରକଳ୍ପ ନିମନ୍ତେ ମନୋନୀତ କରିଥିବା ସ୍ଥାନରେ ବସ୍ ଷ୍ଟାଣ୍ଡ ନିର୍ମାଣ ହେଲେ ଏହା କେତେ ବ୍ୟବହାର ଯୋଗ୍ୟ ହେବ?ସଡ଼କ ପରିବହନ ବିଭାଗର ତଥ୍ୟ ଅନୁଯାୟୀ ଭାୟା ମାର୍ଶାଘାଇ ହୋଇ ଚାଲୁଥିବା ବସ୍ ଗୁଡିକର ରୁଟ୍ ଅନୁମତି ହେଉଛି କଟକ/ଭୁବନେଶ୍ୱର ରୁ ମହାକାଳପଡ଼ା ବ୍ଲକ ର ବିଭିନ୍ନ ଅଞ୍ଚଳ ମାନଙ୍କୁ।ଯଦି ବାସ୍ତବତା କୁ ଆମେ ଉପଲବ୍ଧ କରିବା ତେବେ ସହଜେ ବୁଝା ପଡୁଛି ଯେ ଜିଲ୍ଲାର ଶେଷ ପରିସୀମା ଅର୍ଥାତ ମହାକାଳପଡ଼ା ର ବିଭିନ୍ନ ଅଞ୍ଚଳ କୁ ଯିବା ଆସିବା କରିବା ନିମନ୍ତେ ରୁଟ୍ ଅନୁମତି ହାତେଇଥିବା ଘରୋଇ ବସ୍ ଗୁଡିକ କଦାପି ଗନ୍ତବ୍ୟ ପଥର ମଧ୍ୟ ସ୍ଥଳ ରୁ ଅର୍ଥାତ ମାର୍ଶାଘାଇ ଠୁ ନିଜର ଗନ୍ତବ୍ୟ ସ୍ଥଳ ଆରମ୍ଭ କରିବେ ନାହିଁ,ଶେଷ କରିବେ ନାହିଁ ନିଜର ରାତ୍ର ରହଣି ସ୍ଥଳ ମଧ୍ୟ କରିବେ ନାହିଁ।ଫଳରେ ପ୍ରସ୍ତାବିତ ସ୍ଥାନରେ ହେଉଥିବା ବସ୍ ଷ୍ଟାଣ୍ଡ ଟି କେତେ ବ୍ୟବହାର ଯୋଗ୍ୟ ହେବ ଏ ବିଷୟ ନିହାତି ବିତର୍କ ଯୋଗ୍ୟ ମନେହୁଏ।ଆମ ପ୍ରତିନିଧି ସଂଗ୍ରହ କରିଥିବା ତଥ୍ୟ କହୁଛି ମାର୍ଶାଘାଇ କୁ ମହାକାଳପଡ଼ା ଅଞ୍ଚଳରୁ ଆସୁଥିବା ଘରୋଇ ବସ୍ ଗୁଡିକୁ ବାଦ ଦେଲେ ଜିଲ୍ଲାର ଅନ୍ୟ କୌଣସି ପ୍ରାନ୍ତରୁ ଘରୋଇ ବସ୍ ମାର୍ଶାଘାଇ କୁ ଯାତାୟାତ କରୁନାହିଁ ।ଅନ୍ୟପଟେ ଯଦି ମହାକାଳପଡ଼ା ରୁ ଯାତାୟାତ କରୁଥିବା ଘରୋଇ ବସ୍ ଗୁଡିକର ସମୟ ସାରଣୀ କୁ ଅନୁଶୀଳନ କରିବେ ତେବେ ଏହି ବସ୍ ଗୁଡିକର ମାର୍ଶାଘାଇ ରେ ରହିବା ସମୟ ଅତି କ୍ଷୀଣ।ତମାମ ସମସ୍ୟା କୁ ଦୃଷ୍ଟି ଦେଲେ ସାଧାରଣ ରେ ପ୍ରଶ୍ନ ଛିଡ଼ା ହେଲାଣି ପ୍ରସ୍ତାବିତ ବସ୍ ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହେବାପରେ ଏହାର ସୁଫଳ ସାଧାରଣ ଜନତାଙ୍କୁ କେତେ ମିଳିବ??ଅନ୍ୟପଟେ ଏହି ପ୍ରକଳ୍ପ ଯେଉଁ ସ୍ଥାନରେ ଗଢ଼ି ଉଠୁଛି ତାହାର ପାର୍ଶ୍ଵରେ ଅବସ୍ଥିତ ଅଛି ମହାକାଳପଡ଼ା ମହାବିଦ୍ୟାଳୟ।ଗୋଟିଏ ଶିକ୍ଷାନୁଷ୍ଠାନ ପାର୍ଶ୍ବରେ ବସ୍ ଷ୍ଟାଣ୍ଡ ଭଳି ଜନଗହଳି ପୂର୍ଣ୍ଣ ବାତାବରଣ ସୃଷ୍ଟି ନେଇଥିବା ନିଷ୍ପତ୍ତି ଉପରେ ପ୍ରଶାସନ ଆଉଥରେ ବିଚାର କରିବା ନିହାତି ଆବଶ୍ୟକ ମନେ ହୁଏ।ସାଧାରଣ ରେ ମତ ପ୍ରକାଶ ପାଉଛି ବିକାଶ ହେଉ ବିକାଶକୁ ସ୍ୱାଗତ ମଧ୍ୟ ହେଉ କିନ୍ତୁ ପ୍ରଶାସନ ର ଦୂର ଦୃଷ୍ଟି ଅଭାବରୁ ବିକଶିତ ପ୍ରକଳ୍ପ ଗୁଡିକ ବ୍ୟବହାର ଯୋଗ୍ୟ ନହୋଇ ଭୂତ କୋଠୀ ସମ ନହେଉ।
କେନ୍ଦ୍ରାପଡା ରୁ ଉତ୍କଳ କେଶରୀ ଙ୍କ ରିପୋର୍ଟ @KNS_LIVE