ଆମ ଜିଲ୍ଲା ଖବର

ପୁଲିସ ଦେଉନି ଚରିତ୍ର ପ୍ରମାଣ ପତ୍ର, ଅନଲାଇନ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ !

କେନ୍ଦ୍ରାପଡା: ପୁଲିସ ବିଭାଗର ବଡ଼ ପଣ୍ଡା ମାନଙ୍କ ଠାରୁ ଆରମ୍ଭ କରି ରାଜ୍ୟ ଗୃହ ବିଭାଗ ସଚିବ ଙ୍କ ପର୍ଯ୍ୟନ୍ତ ସମସ୍ତେ ଦେଉଛନ୍ତି ଗୋଟିଏ ନାରା ‘ଆମ ପୁଲିସ ଆମ ବନ୍ଧୁ’।ତୁହା କୁ ତୁହା ବିଜ୍ଞାପନ ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ରାଜ୍ୟବାସୀଙ୍କୁ ଦିନରେ ଲଣ୍ଠଣ ଦେଖାଇ ବୁଝାଇ ଦିଆଯାଉଛି ମୋ ସରକାର ଙ୍କ 5T ଅଧିନ ପୁଲିସ ବିଭାଗର ତଳ ପାହ୍ୟା ଠାରୁ ଉପର ପାହ୍ୟା ପର୍ଯ୍ୟନ୍ତ ପ୍ରତ୍ୟେକ କର୍ମଚାରୀ ସାଧାରଣ ଜନତାଙ୍କ ସହ ଦେଖାଇବେ ବନ୍ଧୁତ୍ୱ ପୂର୍ଣ୍ଣ ଆଚାରଣ!ଥାନାକୁ ଆସୁଥିବା ପ୍ରତିଟି ସାଧାରଣ ଜନତାଙ୍କ ସମସ୍ୟା ସମାଧାନ ଦିଗରେ ଗ୍ରହଣ କରିବେ ତ୍ୱରିତ ପଦକ୍ଷେପ।କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ।


ପୁଲିସ କେତେ ଦେଖାଉଛି ବନ୍ଧୁତ୍ୱ ପୂର୍ଣ୍ଣ ଆଚରଣ ଓ କେତେ କରୁଛି ସାଧାରଣ ଜନତାଙ୍କ ସମସ୍ୟା ସମାଧାନ ଏହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ଜମ୍ବୁ ମେରାଇନ ଥାନା ର ନିର୍ଦ୍ଦିଷ୍ଟ ଜଣେ ଅଧିକାରୀ ଙ୍କ ନିକଟରୁ।
ଅଭିଯୋଗ ଅନୁସାରେ ଜମ୍ବୁ ମେରାଇନ ଥାନା ଅଧିନ ବରଜ ଗ୍ରାମର ଯୁବକ ପ୍ରଭାତ ସାମଲ ନିଜର ଏକ ଚରିତ୍ର ପ୍ରମାଣ ପତ୍ର ପୁଲିସ ବିଭାଗ ନିକଟରୁ ପାଇବା ପାଇଁ ଅନୁରୋଧ ପତ୍ର ଅନ୍ ଲାଇନ୍ ମାଧ୍ୟମରେ ଦାଖଲ କରିଛନ୍ତି ଗତ ଜୁନ୍ ମାସ ୨୪ ତାରିଖ ରେ ଅର୍ଥାତ ଆଜକୁ ପ୍ରାୟ ଏକ ମାସ ହେବାକୁ ବସିଲାଣି ତଥାପି ଯୁବକ ଜଣଙ୍କୁ ମିଳୁନି ଚରିତ୍ର ପ୍ରମାଣ ପତ୍ର।।ଏପଟେ ଯୁବକ ଜଣଙ୍କ ଚାହିଁ ବସିଛନ୍ତି ପରିଚୟ ପ୍ରମାଣ ପତ୍ର ଖଣ୍ଡକ ମିଳିଗଲେ କୌଣସି ଏକ ଘରୋଇ ସଂସ୍ଥା ରେ ହୋଇବେ କର୍ମ ନିଯୁକ୍ତି କିନ୍ତୁ ଯୁବକଙ୍କ ନିଯୁକ୍ତି ଅଟକିଛି ଥାନା ବୈଷୟିକ ବିଭାଗର କର୍ମଚାରୀ ରାଇଟର ବାବୁଙ୍କ କମ୍ପ୍ୟୁଟର ଫାଇଲ୍ ଭିତରେ।
ମେରାଇନ ଥାନା ଅଧିକାରୀ ଆମ ପ୍ରତିନିଧି ଙ୍କୁ ଦେଇଥିବା ସୂଚନା ଅନୁସାରେ ଅନ୍ ଲାଇନ୍ ଆବେଦନ ହେବାର ୭ ରୁ ୧୫ ଦିନ ମଧ୍ୟରେ ସଂପୃକ୍ତ ଆବେଦନକାରୀ ଙ୍କୁ ପରିଚୟ ପ୍ରମାଣ ପତ୍ର ମିଳିବା ଆଇନ୍ ଅନୁଯାୟୀ ବିଧେୟ।ଯେଉଁଠି ଖୋଦ ଥାନା ବାବୁ କହୁଛନ୍ତି ୧୫ ଦିନ ମଧ୍ୟରେ ପରିଚୟ ପ୍ରମାଣ ପତ୍ର ମିଳିବା ଆଇନ୍ ଅନୁଯାୟୀ ବିଧେୟ କିନ୍ତୁ ବୈଷୟିକ ଭାବେ ଏହି କାର୍ଯ୍ୟ କରିବାକୁ ବା ଅନ୍ ଲାଇନ୍ ମାଧ୍ୟମରେ ପରିଚୟ ପ୍ରମାଣ ପତ୍ର ଦାଖଲ କରିବା ନିମନ୍ତେ ଥାନାରେ ନିଓଜିତ ଥିବା ବୈଷୟିକ ବିଭାଗର କର୍ମଚାରୀ ରାଇଟର୍ ବାବୁ ଜଣଙ୍କ ଏକ ମାସ ହୋଇଯାଇଥିଲେ ମଧ୍ୟ ଅନ୍ ଲାଇନ୍ ମାଧ୍ୟମରେ ଦାଖଲ ନକରିବା କେଉଁ ମନବୃତ୍ତି କୁ ଦର୍ଶାଉଛି? ଏହା କୁ କଣ ପୁଲିସ ମୁଖିଆ ଦେଉଥିବା ବନ୍ଧୁତ୍ୱ ପୂର୍ଣ୍ଣ ଆଚାରଣ ର ପରିଭାଷା କୁହାଯାଇ ପାରିବ କି❓


ପୁଲିସ ବିଭାଗର ବଡ଼ ପଣ୍ଡା ମାନେ ଶିର୍ଷକର ଗମ୍ଭୀରତା କୁ ଟିକେ ଭଲ ଭାବେ ଅନୁଭବ କରନ୍ତୁ ଗୋଟିଏ ପଟେ ଅଭିଯୋଗକାରୀ ଶିକ୍ଷିତ ବେକାରୀ ଯୁବକ ଜଣଙ୍କ ନିଯୁକ୍ତି ଆଶାରେ ଫାଇଲ ଧରି ଚାହିଁ ବସିଛି,ଅନ୍ୟପଟେ ପରିଚୟ ପତ୍ର ଖଣ୍ଡକ ଅନଲାଇନ ମାଧ୍ୟମରେ ଦାଖଲ କରିବା ପାଇଁ ରାଇଟର ବାବୁ ଜଣଙ୍କ ଦିନ କ ପରେ ଦିନ ଗଡାଇ ଏକ ମାସ କରିଦେଲେଣି ।ସାମ୍ପ୍ରତିକ ଅବସ୍ଥାରେ ଶିକ୍ଷିତ ଯୁବକ ଜଣଙ୍କ ମାନସିକ ଅବସ୍ଥା କେଉଁ ଅବସ୍ଥାରେ ଥିବ?
ଅଭିଯୋଗକାରୀ ଯୁବକ ଜଣଙ୍କ ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି ସେ ଜମ୍ବୁ ମେରାଇନ୍ ଥାନାକୁ ବାରମ୍ବାର ଦୌଡୁଥିଲେ ହେଁ ଅନଲାଇନ ମାଧ୍ୟମରେ ଆସେମ୍ବଲି କାମ ଚାଲୁଛି ଆଳ ଦେଖାଇ ତାଙ୍କ କଥାକୁ ରାଇଟର ବାବୁ ଜଣଙ୍କ ଆଦୌ କରୁନାହାନ୍ତି କର୍ଣ୍ଣପାତ!
ଗଣମାଧ୍ୟମ ହିସାବରେ ଜମ୍ବୁ ମେରାଇନ ଥାନା ରାଇଟର ବାବୁଙ୍କୁ ଆମର ରହିବ ଗୋଟିଏ ଛୋଟିଆ ପ୍ରଶ୍ନ ,ପୁଲିସ ବିଭାଗ ର କେଉଁ ନିର୍ଦେଶନାମା ବଳରେ କେଉଁ ଆସେମ୍ବଲି କାର୍ଯ୍ୟ ଚାଲୁଥିବା ଆଳ ଦେଖାଇ ବାବୁ ଜଣଙ୍କ ପରିଚୟ ପତ୍ର ଅପଲୋଡ଼ କରିବାରେ କରୁଛନ୍ତି ଅବହେଳା ନା ଲାଞ୍ଚ ଖୋର ମନବୃତ୍ତି ନେଇ ଲାଞ୍ଚ ବିହୁନେ କାର୍ଯ୍ୟ ବିଳମ୍ବ ନୀତିରେ କରୁଛନ୍ତି କି ଏମିତି ହୀନ ଆଚାରଣ !

Leave a Reply

Your email address will not be published. Required fields are marked *