ଆମ ଜିଲ୍ଲା ଖବର
ଗାଁ ମଶାଣିରେ BSF ଜବାନ ମାନସ ଙ୍କ ଶେଷକୃତ୍ୟ ସମ୍ପନ୍ନ।

କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଗୌଡବାଡପୁର ଗାଁର କାର୍ଯ୍ୟରତ ବିଏସ୍ଏଫ ଜବାନ ମାନସ କୁମାର ମହାପାତ୍ର ଙ୍କ ୪୮ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। କିଛି ଦିନ ହେବ ମସ୍ତିଷ୍କ କର୍କଟ ରୋଗରେ ପୀଡ଼ିତ ହୋଇ କିମସ୍ ମେଡ଼ିକାଲ ରେ ଚିକିତ୍ସିତ ହୋଉଥିବା ବେଳେ ଗତକାଲି ତାଙ୍କର ଦେହାନ୍ତ ହୋଇଯାଇଥିଲା। ମାନସ ବିଏସଏଫ ରେ ରେଡ଼ିଓ ଅପରେଟର ଭାବରେ କାର୍ଯ୍ୟ କରୁଥିଲେ।ତାଙ୍କ ମରଶରୀକୁ ବିଏସଏଫ ଅଫିସର ଓ ଜବାନ ମାନେ ନିଜ ପୈତୃକ ଗ୍ରାମ ଗୌଡ଼ବାଡପୁର କୁ ଆଣିଥିଲେ ନିଜ ଗାଁ ମଶାଣିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତୋପ ସଲାମି ଦେଇଥିବା ବେଳେ ୭ ବର୍ଷ ର ପୁଅ ଏମ.ଡି ମନ୍ମନ ମହାପାତ୍ର ମୁଖାଗ୍ନି ଦେଇଥିଲେ।