ଆମ ଜିଲ୍ଲା ଖବର

କୋରୁଆ କନ୍ୟାଶ୍ରମରେ ଆଜାଦୀର ଅମୃତ ମହୋତ୍ସବ ପାଳନ।

ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ତଥା ୭୬ ତମ ସ୍ବାଧୀନତା ଦିବସ ଅବସରରେ ସାରା ଦେଶ ଅମୃତ ମହୋତ୍ସବ ପାଳନ କରୁଛି।ଏହି ଦିନଟି ଆମ ଦେଶ ଏବଂ ଜାତି ପାଇଁ ନିଶ୍ଚିତ ଭାବରେ ଗୌରବର ଦିନ।ଏମିତି ଏକ ମହତ୍ତ୍ୱପୂର୍ଣ୍ଣ ଦିବସରେ କେନ୍ଦ୍ରାପଡାର ଆଗଧାଡ଼ିର ସାମାଜିକ ସଂଗଠନ ଗ୍ରାମୀଣ ବିକାଶ ଯୁବକ ସଂଘର କର୍ମକର୍ତ୍ତାମାନେ ଏହି ଅମୃତ ମହୋତ୍ସବକୁ କିଛି ସ୍ବତନ୍ତ୍ର ଭାବରେ ପାଳନ କରିଛନ୍ତି।

ପ୍ରତିବର୍ଷ ପରି ଚାନ୍ଦୋଳ କଲେଜ ଛକରେ ଥିବା ଅନୁଷ୍ଠାନ ମୁଖ୍ଯ କାର୍ଯ୍ଯାଳୟରେ ପତାକା ଉତ୍ତୋଳନ କରାଯାଇଥିଲା ପରେ ପରେ କୋରୁଆ ସ୍ଥିତ କନ୍ଯାଶ୍ରମରେ ଅନୁଷ୍ଠାନର କର୍ମକର୍ତ୍ତାମାନେ ପହଞ୍ଚି କୁନିକୁନି ପିଲାମାନଙ୍କ କମ୍ପ୍ୟୁଟର ଶିକ୍ଷାଦାନ ଉଦ୍ଦେଶ୍ଯରେ ୪ ଗୋଟି କମ୍ପ୍ୟୁଟର ପ୍ରଦାନ କରିବା ସହ କିଛି ଶୁଖିଲା ଖାଦ୍ଯ ବଣ୍ଟନ କରିଛନ୍ତି।ଅନୁଷ୍ଠାନର ପାଖାପାଖି ୧୫ ରୁ ଅଧିକ କର୍ମକର୍ତ୍ତା ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ଉତ୍ସବ ତ ସମସ୍ତେ ପାଳନ କରୁଛନ୍ତି ହେଲେ ସଦା ସର୍ବଦା ଗ୍ରାମୀଣ ବିକାଶ ଯୁବକ ସଂଘ ଭିନ୍ନ ଶୈଳୀରେ ବିଭିନ୍ନ ବିଭିନ୍ନ ପର୍ବପର୍ବାଣୀକୁ ପାଳନ କରିଥାନ୍ତି ବୋଲି କନ୍ଯାଶ୍ରମର ମୁଖ୍ଯ ପରିଚାଳକ ଶ୍ରୀ ଶ୍ରୀକାନ୍ତ ନାୟକ ମତବ୍ୟକ୍ତ କରିଥିବା ବେଳେ ଏଭଳି ମହତ କାର୍ଯ୍ଯରେ ନିୟୋଜିତ ହୋଇ ସମସ୍ତ ସଭ୍ଯମାନେ ଆତ୍ମ ସନ୍ତୋଷ ଲାଭ କରୁଛନ୍ତି ବୋଲି କହିଛନ୍ତି ଅନୁଷ୍ଠାନର ସଂଯୋଜକ ଦିବ୍ଯଜ୍ୟୋତି ମଣ୍ଡଳ।

Leave a Reply

Your email address will not be published. Required fields are marked *