ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ କରି ବିଶ୍ୱ ସ୍ତରୀୟ ଅନୁଷ୍ଠାନ ପକ୍ଷରୁ ହେଲେ ସମ୍ମାନିତ

କେନ୍ଦ୍ରାପଡ଼ା : ଦେଶରୁ କୁପୋଷଣ କୁ ଦୁର କରିବା ପାଇଁ ଅନେକ କିଛି କରାଯାଉଛି । କିନ୍ତୁ ସବୁଠାରୁ ବଳିଷ୍ଠ ମାଧ୍ୟମ ହେଉଛି ମା’ର କ୍ଷୀର । ଯଦି ସଠିକ ପରିମାଣରେ ଏବଂ ସଠିକ ବିଧି ବ୍ୟବସ୍ଥା ମାଧ୍ୟମରେ ଛୁଆଙ୍କୁ ମା ର କ୍ଷୀର ଯାହାକୁ କୁହାଯାଏ ଅମୃତ ସମାନ ଯଦି ଦିଆ ଯାଏ, ତାହାଲେ କିଛି ମାତ୍ରରେ ବୋଧ ହୁଏ ଆମର ଏହି ସମାଜରୁ କୁପୋଷଣ ର ଶିକାର ହେଉଥିବା କିଛି ନିରୀହ ଶିଶୁ ବଞ୍ଚି ଯାନ୍ତେ । ଏହି ମୂଲ୍ୟବାନ କଥାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ଅଣ୍ଟା ଭିଡି ବାହାରିଥିଲେ, କେନ୍ଦ୍ରାପଡା ଜିଲାର ଶିଶୁଙ୍କ ପାଈଁ କାମ କରୁଥିବା ଅଗ୍ରଣୀ ସ୍ବେଛା ସେବୀ ଅନୁଷ୍ଠାନ ଚାଇଲ୍ଡ ଫନ୍ଡ ଇଣ୍ଡିଆ । ଏହାର ମୁଖ୍ୟ ତତ୍ୱାବଧାନରେ ୩୦ ଟି ଅଙ୍ଗନବାଡି ସେଣ୍ଟରରେ ଓ ୨୧ ଟି ଗ୍ରାମରେ ସରକାର ଓ ଚାଇଲଡଫଣ୍ଡ ଇଣ୍ଡିଆର ମିଳିତ ସହୋଯୋଗରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ କରି ଏହି ଅବସରରେ ଗ୍ରାମ୍ୟ ସ୍ତରରେ ସଭା ଓ ରାଲିର ଆୟୋଜନ କରାଯାଇଥିଲା । ଏହା ସହିତ ଏଥିରେ ସ୍ତନ୍ୟପାନର ଉପକାରିତା ବିଷୟରେ ବୁଝାଇଥିଲେ ଏଥିରେ ଗ୍ରାମର ଅଙ୍ଗନବାଡି କର୍ମୀ, ଆଶା କର୍ମୀ ଓ ଚାଇଲଡଫଣ୍ଡ ଇଣ୍ଡିଆର କର୍ମୀ ମାନେ ସମୁଦାୟ 810 ଜଣ ସହଯୋଗୀ ଯୋଗଦେଇଥିଲେ । ଶେଷରେ ଚାଇଲଡଫଣ୍ଡ ଇଣ୍ଡିଆର କ୍ଷେତ୍ର ପରିଚାଳକ ରବି ନାରାୟଣ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ | ସ୍ତନ୍ୟପାନ ସପ୍ତାହ ଶେଷ ହେବା ପରେ, କେନ୍ଦ୍ରାପଡ଼ା ଚାଇଲଡଫଣ୍ଡ ଇଣ୍ଡିଆର ପ୍ରୋଜେକଟକୁ ଆନ୍ତର୍ଜାତୀୟ ଅନୁଷ୍ଠାନ WABA ( World Aliance for Breastfeeding Action) ତରଫରୁ ସାର୍ଟିଫିକେଟ ମିଳିଥିଲା । ଯାହା ସମସ୍ତ ସହଯୋଗୀଙ୍କୁ ଆଗାମୀ ଦିନରେ ପ୍ରେରଣା ଯୋଗାଇବ ବୋଲି, ଅନୁଷ୍ଠାନର ପବିତ୍ର କୁମାର ମହାପାତ୍ର ଜଣାଇଥିଲେ। ।