ବନ୍ୟା ପ୍ରପିଡିତଙ୍କ ପାଇଁ ବସ୍ତ୍ରର ଭଣ୍ଡାର “ଥିଲେ ଦିଅନ୍ତୁ, ନଥିଲେ ନିଅନ୍ତୁ”।

କେନ୍ଦ୍ରାପଡା: ସାମ୍ପ୍ରତିକ ବନ୍ୟା ପରିସ୍ଥିତିରେ ଜିଲାର ଅନେକ ଅଞ୍ଚଳ ବନ୍ୟା ଜଳରେ ଉବୁଡୁବୁ ହେଉଥିବା ସମୟରେ ସାଧାରଣ ଲୋକଟିକୁ ଖାଦ୍ୟ ପାନୀୟ , ବସ୍ତ୍ର , ବାସ ସ୍ଥାନ ର ମୌଳିକ ଆବଶ୍ୟକତା ଥାଏ , ବିଭିନ୍ନ ଅନୁଷ୍ଠାନ ଓ ପ୍ରଶାସନ ପକ୍ଷରୁ ଯାହାକିଛି ଖାଦ୍ୟପେୟର ବ୍ୟବସ୍ଥା କରାଯାଇଛି । ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ବିଭିନ୍ନ ବନ୍ୟା ଅଂଚଳ ପରିଦର୍ଶନ କରିଥିଲେ , ନିହାତି ସାହାଯ୍ୟର ଆବଶ୍ୟକ ଥିବା କିଛି ପରିବାରକୁ ଶୁଖିଲା ଖାଦ୍ୟ ଓ ଆବଶ୍ୟକ ସାମଗ୍ରୀ ଯୋଗାଇଥିଲେ , ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଲୋକମାନଙ୍କର ବନ୍ୟାଜଳରେ ଓ ବର୍ଷା ଦ୍ୱାରା ବସ୍ତ୍ର ଗୁଡିକ ନଷ୍ଟ ହୋଇଥିବା କହିଥିଲେ , ଟ୍ରଷ୍ଟ ର ସଭାପତି ଦମନ ମହାନ୍ତି ସେମାନଙ୍କୁ ବସ୍ତ୍ର ଯୋଗାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଆଜି ଇଚ୍ଛାପୁର ରଥଦାଣ୍ଡ ନିକଟରେ ଥିବା ଯାତ୍ରୀ ନିବାସ ନିକଟରେ “” ଥିଲେ ଦିଅନ୍ତୁ ନଥିଲେ ନିଅନ୍ତୁ”” ରେ ସମସ୍ତ ବୟସର ପୁରୁଷ ,ମହିଳା ତଥା ଶିଶୁ ମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଵସ୍ତ୍ର ସଜାଇ ରଖିଛନ୍ତି । ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସମ୍ପାଦକ ସୁର୍ଯ୍ୟକାନ୍ତ ପରିଡା, ଉପସମ୍ପଦକ କେଦାର ସ୍ୱାଇଁ , ହରେକୃଷ୍ଣ ସାହୁ ଦିଲ୍ଲୀପ କୁମାର ନାଥ, ଶ୍ରୀକାନ୍ତ ଜେନା, ରାକେଶ ବାବୁ ପ୍ରମୁଖ ସମସ୍ତ ବନ୍ୟା ପ୍ରପିଡୀତ ଲୋକଙ୍କୁ ନିଜର ଆବଶ୍ୟକତା ଅନୁଯାଇ ଏହିଠାରୁ ଵସ୍ତ୍ର ଗ୍ରହଣ କରିବା ନିମନ୍ତେ ଅନୁରୋଧ କରିଛନ୍ତି ।