ଆମ ଜିଲ୍ଲା ଖବର

ମଧୁ ଶାସନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ !

କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ମଧୁ ଶାସନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ଏଭଳି ସିଧାସଳଖ ଅଭିଯୋଗ ଆଣିଛନ୍ତି ପୂର୍ବତନ ଖଦିବୋର୍ଡ ସଭାପତି ତେଜେଶ୍ୱର ପରିଡା।
ସକାଳ ୮ ଟା ପରିବର୍ତ୍ତେ ୧ ଘଣ୍ଟା ଡେରିରେ ସକାଳ ୯ ଟା ରେ ଖୋଲୁଛି ଡାକ୍ତରଖାନା ର ମୁଖ୍ୟ ଦ୍ୱାର ! ଡାକ୍ତର ଆସୁଛନ୍ତି ଦେଢ଼ ଘଣ୍ଟା ଡେ଼ରିରେ ୯:୩0 ରେ, ଫାର୍ମାସିଷ୍ଟ ଓ ନର୍ସ ଆସୁଛନ୍ତି ପ୍ରାୟ ୧ ଘଣ୍ଟା ଡ଼େରିରେ ଏଭଳି ଦୃଶ୍ଯ ତେଜେଶ୍ୱର ଙ୍କ ବନ୍ଯାଞ୍ଚଳ ପରିଦର୍ଶନ ବେଳେ ସେ ନିଜେ ଦେଖିଥିବା ନେଇ ଏକ ପ୍ରେସ ରିଲିଜ ରେ କହିଛନ୍ତି।

ପୂର୍ବରୁ ମଧ୍ୟ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ର ଅବସ୍ଥା ନିଜେ ଦେଖି ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କୁ ଜଣାଇ ପ୍ରତିବାଦ ଓ ଆଲୋଚନା କରିବା ପରେ ଅବସ୍ଥାରେ ସୁଧାର ଆସିଥିଲା, କାନ୍ଥରେ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲା ରହିବାର ସମୟ ଲେଖା ଯାଇଥିଲା, ମାତ୍ର ପୁନର୍ବାର ସେହି ଅବସ୍ଥା, ଡାକ୍ତରଖାନା ଠିକ ସମୟରେ ଖୋଲୁନଥିବାରୁ ରୋଗୀମାନେ ଘରୋଇ ଡାକ୍ତରଖାନା, କ୍ଲିନିକ ବା ଦୂର ସ୍ଥାନ କୁ ଯାଉଛନ୍ତି, ନଦୀ ଆର ପାଖେ ଥିବା ତେଣ୍ଡାକୁଡ଼ା ଡାକ୍ତରଖାନା ଅତି ଭଲ ଭାବେ ଚାଲିଥିବା ବେଳେ, ମଧୁ ଶାସନ ଡାକ୍ତରଖାନା ଅବସ୍ଥା କଣ ପାଇଁ ଅତି ଖରାପ ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

ଡାକ୍ତରଖାନା ଖୋଲିବା ସମୟ ସକାଳ ୮ ରୁ ମଧ୍ୟାହ୍ନ ୧୨ ଟା, ପୁଣି ଅପରାହ୍ନ ୩ ରୁ ୫ ଟା ବା ୪ ଟାରୁ ୬ ଟା, ଅର୍ଥାତ ଦୈନିକ ୬ ଘଣ୍ଟା !

ପଛ ପଟ ଘରେ ଡାକ୍ତର ବା ଫାର୍ମାସିଷ୍ଟ ରହିବାର ସୁବିଧା ଅଛି କିନ୍ତୁ ରହୁ ନାହାନ୍ତି, ମଧୁ ଶାସନ ଡାକ୍ତରଖାନା ରେ ଜଣେ କର୍ମଚାରୀ ଙ୍କ ଦୌରାତ୍ମ୍ୟ ବି କିଛି କମ ନୁହେଁ ସେଠାରେ ଡାକ୍ତରଖାନା ସେବା ଛାଡି ଘରୋଇ ଚିକିତ୍ସାରେ ବ୍ୟସ୍ତ ସମ୍ପୃକ୍ତ ବାବୁ ବୋଲି ମଧ୍ଯ ଅଭିଯୋଗ ହୋଇଛି। ଉପରୋକ୍ତ ଅତି ଗମ୍ଭୀର ଘଟଣାକୁ ଜିଲା ସ୍ବାସ୍ଥ୍ଯ ବିଭାଗ ତଥା ଜିଲା ପ୍ରଶାସନ ଗୁରୁତର ସହ ନେଇ ଉତ୍ତମ ସ୍ବାସ୍ଥ୍ଯ ସେବା ଯୋଗାଇ ଦେବାକୁ ଶ୍ରୀଯୁକ୍ତ ପରିଡା ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *