କୁଆଡେ ଗଲେ ସ୍ୱାଭିମାନୀ “ଅନୁଭବ” ଓ ଦରଦୀ “ବୈଜୟନ୍ତ”❓

କେନ୍ଦ୍ରାପଡା: ବନ୍ୟା ପାଣିରେ ଭାସୁଛି କେନ୍ଦ୍ରାପଡା,ଭାସୁଛନ୍ତି କେନ୍ଦ୍ରାପଡା ଭୋଟର। ପାଣି ଘେରରେ ନାହିଁ ନଥିବା ଅସୁବିଧାରେ ଯୁଝୁଛନ୍ତି ବନ୍ୟା ବିପନ୍ନ।ନିର୍ବାଚନ ବେଳେ ଘରକୁ ଘର ଘର,ଛକ କୁ ଛକ ବୁଲୁଥିବା ଦରଦୀ ବୈଜୟନ୍ତ ଓ ସ୍ୱାଭିମାନୀ ଅନୁଭବ ଏବେ ଏଭଳି ବିପତ୍ତି ସମୟରେ ଗଲେ କୁଆଡେ ବୋଲି କେନ୍ଦ୍ରାପଡା ଭୋଟର ପଚାରିଲେଣି ପ୍ରଶ୍ନ।
ସୁଯୋଗ ମିଳିଲେ ରାଜ୍ୟ ସରକାରଙ୍କୁ ଉଡ଼ନ୍ତା ଆକ୍ରମଣ କରିବାକୁ ଅବହେଳା କରୁନଥିବା ବାବୁ ବୈଜୟନ୍ତ ନିର୍ବାଚନ ଲଢେ଼ଇରେ ପରାଜୟ ବରଣ କରିବା ପରେ ମଧ୍ୟ ଛାଡି ଯାଇନଥିଲେ କେନ୍ଦ୍ରାପଡାକୁ।ସାମାନ୍ୟ ଅସୁବିଧା ଶୁଣିଲେ ବୈଜୟନ୍ତ ହେଲିକପ୍ଟର ଉଡାଇ ପହଞ୍ଚି ଯାଉଥିଲେ ଲୋକଙ୍କ ଦୁଆରେ। ପିଣ୍ଡାରେ ବସି ଲୋକଙ୍କ ସେବା କରିବାରେ କରୁନଥିଲେ ସାମାନ୍ୟ ତମ ହେଳା। ଏବେ କିନ୍ତୁ ସମୟ ବଦଳି ଯାଇଛି। ହଟାତ କେନ୍ଦ୍ରାପଡା ରୁ ଗାୟବ ହୋଇଯାଇଛନ୍ତି ଦରଦୀ ବୈଜୟନ୍ତ।ବାବୁଙ୍କୁ ଆଉ ଦେଖିବାକୁ ମିଳୁନି କେନ୍ଦ୍ରାପଡା ମାଟିରେ।ସତେ ଯେମିତି କେନ୍ଦ୍ରାପଡା ମାଟି ପାଇଁ ଆଉ ପାଟି ଖୋଲିବନି ବୋଲି ପଣ କରିଛି ବୈଜୟନ୍ତ ଙ୍କ ଟୁଇଟର ଚଢ଼େଇ! ବିଜେପି ର ରାଷ୍ଟ୍ରୀୟ ଚେହେରା ହୋଇସାରିବା ପରେ ଦରଦୀ ବୈଜୟନ୍ତ କେନ୍ଦ୍ରାପଡା କୁ ପାସୋରି ଗଲେଣି ବୋଲି ଅନୁଭବ କଲେଣି ତମାମ କେନ୍ଦ୍ରାପଡା ଭୋଟର।
ଦରଦୀ ବୈଜୟନ୍ତ ତ ଆସିଲେ ନାହିଁ କିନ୍ତୁ ନିର୍ବାଚିତ ଜନନେତା ନିଜକୁ ସ୍ୱାଭିମାନୀ ସ୍ୱାଭିମାନୀ କହି ଆତ୍ମ ଚିତ୍କାର କରୁଥିବା ସ୍ୱାଭିମାନୀ ଅନୁଭବ ମଧ୍ୟ ଏଭଳି ବିପତ୍ତି ସମୟରେ ପହଁଚିଲେ ନାହିଁ କେନ୍ଦ୍ରାପଡା ମାଟିରେ।ପାରିବାରିକ ମାମଲାରେ ଛନ୍ଦି ହୋଇ ପଡ଼ିଥିବା ବାବୁ ଅନୁଭବଙ୍କୁ ପାୱାର ଲେସ୍ ନିଜ ଦଳ ତରଫରୁ କରି ଦିଆଯାଇଛି ବୋଲି ବିଭିନ୍ନ ସମୟରେ ଚର୍ଚ୍ଚା ହୁଏ। ନିଜ କ୍ଷେତ୍ର ପରିଦର୍ଶନ କୁ ଆସିଲେ ସ୍ଥାନୀୟ ତୃଣମୂଳ ସ୍ତରୀୟ ନେତାଙ୍କ ଠାରୁ ଆରମ୍ଭ କରି ନିଜ ଦଳର କୌଣସି ବି ସଙ୍ଗଠନ ବାବୁ ଅନୁଭବ ଙ୍କୁ ସହଯୋଗ କରନ୍ତି ନାହିଁ ବୋଲି ହୁଏତ କାହାକୁ ଆଉ ଅଛପା ନାହିଁ। ସିନେ ଜଗତରୁ ଆସି ରାଜନୀତି ମୈଦାନ ରେ ସାଂସଦ ବନିଥିବା ବାବୁ ଅନୁଭବ ରାଜନୀତି ରେ ସମ୍ପୂର୍ଣ୍ଣ ଅପରିପୋକ ବୋଲି କେନ୍ଦ୍ରାପଡା ଭୋଟର କୁହା କୁହି ମଧ୍ୟ ହେଲେଣି।
ଏମାନେ ହେଉଛନ୍ତି ଆମ ନେତା, ଏଇ ମାନଙ୍କୁ ଆମେ ଆମ ମୂଲ୍ୟବାନ ଭୋଟ୍ ଖଣ୍ଡକ ଦେଇ କରିଥାନ୍ତି ନିର୍ବାଚିତ। ଆଶା ଆଉ ଭରଷା ଥାଏ ନେତା ଟିଏ ଆମର ଦରଦୀ ହେବ ଆଉ ସ୍ୱାଭିମାନୀ ହେବ।ଏମାନେ ମଧ୍ୟ ଅଭିନୟ କରିବାରେ ମାହୀର।ନିର୍ବାଚନ ସମୟରେ ଆସନ୍ତି ପାଖରେ ବସନ୍ତି ଗରିବ ର ପିଠି ଥାପୁଡ଼ାଇ ମାଟି ପିଣ୍ଡାରେ ବସି ପଖାଳ କଂସାରେ ଭୋଜନ କରନ୍ତି।କିନ୍ତୁ ବନ୍ୟା ଭଳି ବିପତ୍ତି ସମୟରେ ଏମାନଙ୍କ ପାଦରେ ବନ୍ୟା ପାଣି ଟିକକ ମଧ୍ୟ ଲାଗେନାହିଁ।ଏମାନେ ଦିଲ୍ଲୀରେ କରନ୍ତି ମୌଜ।
ଏମାନେ ନେତା ହେବାପାଇଁ କେତେ ଯୋଗ୍ୟ ଆତ୍ମଚିନ୍ତନ କରିବା ନିହାତି ଆବଶ୍ୟକ।ଏମାନେ ନିର୍ବାଚିତ ହୋଇ କେତେ ଆସିବେ ଲୋକଙ୍କ ସେବାରେ ନିଜ ନିଜ ଦଳର ହାଇକମାଣ୍ଡ ମାନେ ମଧ୍ୟ ନଜର ଦେବା ନିହାତି ଆବଶ୍ୟକ ନହେଲେ ଭୋଟର୍ ଥରୁଟିଏ ମୁହଁ ଫେରାଇନେଲେ ନେଡି ଗୁଡ଼ ଯେ କହୁଣୀ କୁ ବୋହି ନଯିବ ସେକଥା କିଏ କହିପାରେ‼️
କେନ୍ଦ୍ରାପଡା ରୁ ଉତ୍କଳ କେଶରୀ ଙ୍କ ଉପସ୍ଥାପନା @KNS_LIVE