ଆମ ଜିଲ୍ଲା ଖବର

ଗଣପତି ଆସନ୍ତୁ କଦାକାର ନହୁଅନ୍ତୁ

କେନ୍ଦ୍ରାପଡା:ଗଜମସ୍ତକ ମୂଖ, ଥନ୍ତଲ ପେଟୁଆ ,ସର୍ପ ପଇତା ପିନ୍ଧା, ଏକଦନ୍ତ ଥାଇ ସୁନ୍ଦର ଦିଶନ୍ତି ବିଘ୍ନ ବିନାଶକ ବିଦ୍ୟାଦାତା ଗଣପତି ଗଣେଶ।କଳା ବିଜ୍ଞାନ ଓ ବୁଦ୍ଧି ର ଭଣ୍ଡାର ଗଣାଧିପତି ଙ୍କ ପୂଜା ଦିବସ ଆଗମନରେ ସହର ଠାରୁ ପୁରପଲ୍ଲୀ ସବୁଠି ହୁଏ ଉତ୍ସବ ମୁଖର।ବିଦ୍ୟାର ମନ୍ଦିର ବିଦ୍ୟାଳୟ ହେଉ ଅବା ଗାଁ ସହର ମାନଙ୍କ ବିଭିନ୍ନ ପୂଜା ମଣ୍ଡପରେ ହେଉ, ସବୁଠି ଦେଖିବାକୁ ମିଳେ ଗଣେଶ ଙ୍କ ଆବାହନ।ଯାକ ଜକମରେ ପାଳିତ ହୁଏ ଗଣେଶ ପୂଜା।


ଆଧୁନିକତାର ସ୍ପର୍ଶ ପାଇ ସ୍ଥାନେ ସ୍ଥାନେ ଦେଖିବାକୁ ମିଳୁଛି ଗଣେଶଙ୍କ ମୂର୍ତ୍ତି କୁ ବିଭିନ୍ନ ସ୍ୱରୁପ ଦେଇ କଦାକାର କରିଦିଆଯାଉଛି।ଏନେଇ ସଂସ୍କୃତି ଗବେଷକ ମାନେ ମଧ୍ୟ କଲେଣି ଚିନ୍ତା ପ୍ରକଟ ।
ଶିବ ପୁରାଣ ଅନୁଯାଇ ମାତା ପାର୍ବତୀ ନିଜ ଦେହର ମଳିରୁ ଏକ ମୂର୍ତ୍ତି ତିଆରି ତାହାକୁ ଜୀବନ୍ୟାସ ଦେଇଥିଲେ।ପିତା ଶିବ ଙ୍କୁ ଚିହ୍ନି ନପାରି ଯୁଦ୍ଧର ଆହ୍ୱାନ କ୍ରମେ ଗଣେଶ ହରାଇଥିଲେ ନିଜ ମସ୍ତକ।ପରବର୍ତ୍ତୀ ପରିସ୍ଥିତିରେ ମାତା ପାର୍ବତୀଙ୍କ ନିକଟରୁ ଗଣେଶଙ୍କ ଜନ୍ମ ବିଷୟରେ ଅବଗତ ହେବାପରେ ପିତା ଶିବ ଗଣେଶଙ୍କ ମୁଣ୍ଡାହୀନ ଶରୀର କୁ ପୁଣି କେମିତି ଜୀବନ୍ୟାସ ଦେବେ ଚିନ୍ତା ମଗ୍ନ ଥିବା ଅବସ୍ଥାରେ ମହାକାଳଙ୍କ ଦେଖିବାକୁ ପାଇଲେ ଉତ୍ତର ଦିଗକୁ ମୁଣ୍ଡକରି ଗୋଟିଏ ହାତୀ ଶୟନ କରିଛି।ପିତା ଶିବ ଶୋଇଥିବା ହାତୀର ମୁଣ୍ଡକୁ ଛେଦନ କରି ଗଣେଶଙ୍କ ମୁଣ୍ଡାହୀନ ଶରୀର ଯୋଡ଼ି ଜୀଵଦାନ ଦେଲେ।ସେବେଠାରୁ ଗଣେଶ ଙ୍କୁ ମିଳିଗଲା ଗଜାନନ ବେଶ।
କିନ୍ତୁ ବର୍ତ୍ତମାନ ଠାଏ ଠାଏ ଦେଖିବାକୁ ମିଳୁଛି ଆଧୁନିକତାର ସ୍ପର୍ଶରେ ହେଉ ଅବା ଆଡ଼ଭାନ୍ସ ଟେକ୍ନୋଲୋଜି ର ବଶବର୍ତ୍ତୀ ହୋଇ ହେଉ ଗଣେଶଙ୍କ ମୂର୍ତ୍ତି କୁ କଦାକାର କରି କେଉଁଠି ବିଦ୍ୟାଳୟ ଯାଇଥିବା ବିଦ୍ୟାର୍ଥୀ ର ଆକୃତି ଦିଆଗଲାଣି ତ କେଉଁଠି ସୈନିକ ର ସ୍ୱରୁପ ଦିଆଗଲାଣି।କେଉଁଠି କେଉଁଠି ବି ଦେଖିବାକୁ ମିଳୁଛି ହାସ୍ୟରସାତ୍ମକ ସ୍ୱରୂପ ଦେଇ ବ୍ୟଙ୍ଗାତ୍ମକ ଢଙ୍ଗରେ ଶିଳ୍ପୀ ଗଢ଼ିଦେଇଛି ଗଣେଶଙ୍କ ମୂର୍ତ୍ତି।
ହିନ୍ଦୁ ଦେବାଦେବୀ ମାନଙ୍କ ଭିତରୁ ସର୍ବାଗ୍ରେ ପୂଜା ପାଉଥିବା ଓ ସବୁଠି ପୂଜ୍ୟ ପ୍ରଭୁ ଗଣେଶଙ୍କ ମୂର୍ତ୍ତି କୁ ଏମିତି କଦାକାର ଢ଼ଙ୍ଗରେ ପୂଜା କରାଯାଉଥିବାରୁ ସଂସ୍କୃତି ଗବେଷକ ମାନଙ୍କ ସହିତ ଭକ୍ତଗଣ ମଧ୍ୟ କଲେଣି ଚିନ୍ତା ପ୍ରକଟ।

ଓଁ ବିଘ୍ନେଶାୟ ନମଃ🙏🏼🙏🏼🙏🏼

#କେନ୍ଦ୍ରାପଡା ରୁ ଉତ୍କଳ କେଶରୀ ଙ୍କ ଉପସ୍ଥାପନା @KNS_LIVE

Leave a Reply

Your email address will not be published. Required fields are marked *