ଆମ ଜିଲ୍ଲା ଖବର
ବିଦ୍ୟୁତ ଆଘାତରେ ରଙ୍ଗମିସ୍ତ୍ରୀଙ୍କ ମୃତ୍ୟୁ

କେନ୍ଦ୍ରାପଡ଼ା (କେଏନ୍ଏସ୍ ଲାଇଭ) : କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବଜାର ନିକଟରେ ଜଣେ ରଙ୍ଗ ମିସ୍ତ୍ରୀ ରଙ୍ଗ ଦେବାକୁ ଆସିଥିବା ବେଳେ ବିଦ୍ୟୁତ ଆଘାତରେ ତାଙ୍କ ମୃତ୍ୟୁ ଘଟିଛି । ମୃତକ ମହାକାଳପଡ଼ା ଥାନା କେଆରବାଙ୍କ ଗାଁର ବନମାଳୀ ସାହୁ , ବୟସ ୩୮ ବର୍ଷ । ବନମାଳୀ ରଙ୍ଗ କାମ ସାରି ଘରକୁ ବାହାରିବା ସମୟରେ ଘର ମାଲିକ କିଛି ଲୁହା ପାଇପ୍ ଉପର ଘରକୁ ନେବାପାଇଁ କହିଥିଲେ ସେହି ଲୁହା ପାଇପ୍ ନେବା ସମୟରେ ଘର ନିକଟରେ ଥିବା ୩୩ କେଭି ବିଦ୍ୟୁତ ତାରରେ ପାଇପ୍ ଲାଗି ଯାଇଥିଲା । ଫଳରେ ବନମାଳୀ ଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ତାଙ୍କୁ ମାର୍ଶାଘାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କୁ ଆଣିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରିବାର ଲୋକଙ୍କ ଅଭିଯୋଗ ପରେ ମାର୍ଶାଘାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତ ଦେହକୁ ଜବତ କରି ଘର ମାଲିକଙ୍କୁ ଅଟକରଖି ପଚରାଉଚରା କରୁଛି ।
