ଅଶ୍ଳୀଳ କମେଣ୍ଟ ସହିନପାରି ଯୁବତୀଙ୍କ ଆତ୍ମହତ୍ୟା। ସରପଞ୍ଚଙ୍କ ସ୍ବାମୀ କୁ ଉଠାଇନେଲା ପୋଲିସ।

କେନ୍ଦ୍ରାପଡା : ପାଟକୁରା ଥାନା ପଦ୍ମପୁର ପଞ୍ଚାୟତରେ ଥିବା ମହୁବୁଦା ଗ୍ରାମର ଜଣେ ବାଇଶି ବର୍ଷୀୟା ଯୁବତୀ ବେକରେ ରଶି ଦେଇ ଆତ୍ମହତ୍ୟା କରିଛନ୍ତି । ପଂଚାୟତର ସରପଞ୍ଚଙ୍କ ସ୍ବାମୀ ଏବଂ ସହ କର୍ମୀଙ୍କ ଟାହିଟାପରା ସହ୍ୟ ନକରିପାରି ତାଙ୍କର ଝିଅ ଶୁଭଦର୍ଶିନି ସ୍ବାଇଁ ଆତ୍ମହତ୍ୟା କରିଥିବା ନେଇ ପାଟକୁରା ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ଗତମାସ ରେ ଏକ ଅଭିଯୋଗ କରିଥିଲେ ମାଆ । ସରପଞ୍ଚ ଅନୁଷୟା ବେହେରା , ଅଭୟ ବେହେରା ,ଛବିନ୍ଦ୍ର ବେହେରା , ଅଭିମନ୍ୟୁ ବେହେରା ,ଅନ୍ନପୂର୍ଣ୍ଣା ବେହେରା ଆଦି ଉକ୍ତ ପରିବାରକୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ସହ ମାଡ ମାରିଥିବା ନେଇ ଅଭିଯୋଗ କରିଥିଲେ କିନ୍ତୁ ଅଭିଯୋଗ କାରି ଥାନାର ଦ୍ବାରସ୍ଥ ହୋଇ ବିଫଳ ହୋଇଥିଲେ। ଯାହାଫଳରେ ମୃତ ପିଙ୍କି କଲେଜ କୁ ଯିବା ଆସିବା ସମୟରେ ନିଜେ ସରପଞ୍ଚ ଏବଂ ତାଙ୍କର ପୂର୍ବ ଅଭିଯୋଗରେ ଦିଆଯାଇଥିବା ନାମର ବ୍ୟକ୍ତି ମାନେ ଅସଦାଚରଣ କରିବା ଦ୍ଵାରା ସେ ନିଜର ମାନସିକ ଭାର ସାମ୍ୟ ହରାଇ ଆତ୍ମ ହତ୍ୟା କରିଛନ୍ତି ବୋଲି ତାଙ୍କର ମାଆ କହିଛନ୍ତି ।ସରପଞ୍ଚଙ୍କ ସ୍ବାମୀଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି।