ଦେଶ ବିଦେଶ

ମଲ୍କିକାର୍ଜୁନ ଖଡଗେ କଂଗ୍ରେସର ନୂଆ ଅଧ୍ୟକ୍ଷ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ପଦ ନିମନ୍ତେ ହୋଇଥିବା ନିର୍ବାଚନରେ ବିଶିଷ୍ଟ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ ବିଜୟୀ ‌ହୋଇଛନ୍ତି। ଏହି ନିର୍ବାଚନରେ ପରାସ୍ତ ହୋଇଥିବା ତାଙ୍କ ପ୍ରତିଦ୍ବନ୍ଦ୍ବୀ ଶଶୀ ଥରୁର ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଟୁଇଟ୍‌ କରି ଶଶୀ ଲେଖିଛନ୍ତି: ଭାରତୀୟ ଜାତୀୟ କଂଗ୍ରେସର ଅଧ୍ୟକ୍ଷ‌ ହେବା ବଡ଼ ସମ୍ମାନ ଓ ଗୁରୁ ଦାୟିତ୍ବ କଥା। ସେ କାର୍ଯ୍ୟ ତୁଲାଇବାରେ ଖ‌ଡ଼ଗେ ସଫଳ ହୁଅନ୍ତୁ। ହଜାରରୁ ଊର୍ଦ୍ଧ୍ବ ସହକର୍ମୀଙ୍କ ସମର୍ଥନ ପାଇଥିବାରୁ ଆନନ୍ଦିତ। ଦେଶର ଅନେକ କଂଗ୍ରେସ ଶୁଭେଚ୍ଛୁଙ୍କ ଆଶା ଅକାଙ୍‌କ୍ଷା ପରିପୂରଣ କରିବା ବଡ଼ ସୌଭାଗ୍ୟର କଥା।

ପ୍ରାପ୍ତ ସୂଚନା ଅନୁସାରେ, ଗାନ୍ଧୀ ଅନୁମୋଦିତ ପ୍ରାର୍ଥୀ ଖଡ଼ଗେ ୭,୮୯୭ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ଶଶୀ ଥରୁର୍‌ ମାତ୍ର ୧,୦୭୨ ଖଣ୍ଡ ଭୋଟ୍‌ ପାଇଛନ୍ତି।
ଦୀର୍ଘ ୨୪ ବର୍ଷ ପରେ ଖଡ଼ଗେ କଂଗ୍ରେସର ଅଣ-ଗାନ୍ଧୀ ମୁଖ୍ୟ ହେବେ। ଆଜି ଫଳାଫଳ ପ୍ରକାଶ ପାଇବା ଆଗରୁ ମଧ୍ୟ ରାହୁଲ୍‌ ଗାନ୍ଧୀ କର୍ଣ୍ଣାଟକରେ ଏକ ସାମ୍ବାଦିକ ସମ୍ମିଳନୀରେ ଖଡ଼ଗେଙ୍କୁ ବିଜୟୀ ଘୋଷିତ କରିଥିଲେ।

ନୂଆ ଅଧ୍ୟକ୍ଷଙ୍କୁ ରିପୋର୍ଟ କରିବେ କି, ବୋଲି ପଚାରାଯିବାରୁ ରାହୁଲ୍‌ ଗାନ୍ଧୀ କହିଲେ, ମୋର ଭୂମିକା କ’ଣ ହେବ, ତାହା ନୂଆ ଅଧ୍ୟକ୍ଷ ସ୍ଥିର କରିବେ। ଖଡ଼ଗେ ଓ ସୋନିଆଙ୍କୁ ପଚାରନ୍ତୁ।

Leave a Reply

Your email address will not be published. Required fields are marked *