ଦେଶ ବିଦେଶ

ଦୀପାବଳି ପୂର୍ବରୁ ବିଷ ବଳୟରେ ରାଜଧାନୀ

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ବିଷବଳୟରେ ଦେଶ ରାଜଧାନୀ ଦିଲ୍ଲୀ। ଏଠାରେ ପରିବେଶ ପ୍ରଦୂଷଣ ହେବାରେ ଲାଗିଛି। ଧୂଆଁରେ ଢ଼ାଙ୍କି ହୋଇଯାଇଛି ପୂରା ଆକାଶ। ବାୟୁର ଗୁଣବତ୍ତା ଖରାପ ହୋଇଥିବା ନେଇ ଆଶଙ୍କା କରାଯାଉଛି। ଏଥିପାଇଁ ପ୍ରଶାସନ ପକ୍ଷରୁ କଡା କଟକଣା ଲାଗୁ କରାଯାଇଛି। ଗ୍ରେଡେଡ୍ ରେସ୍‌ପନ୍ସ ଆକ୍ସନ ପ୍ଲାନ୍ ଦିଲ୍ଲୀରେ ଦ୍ୱିତୀୟ ପର୍ଯ୍ୟାୟ ଲାଗୁ କରିଛି।
ହୋଟେଲ, ରେଷ୍ଟୁରାଣ୍ଟ ଏବଂ ଖୋଲା ଭୋଜନାଳୟରେ କୋଇଲା ଓ କାଠ ଜାଳିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ଅତ୍ୟାବଶ୍ୟକ ସେବା ବ୍ୟତୀତ ଡିଜେଲ ଜେନେରେଟର ବ୍ୟବହାର ମଧ୍ୟ ନିଷେଧ କରାଯାଇଛି ଏବଂ ପାର୍କିଂ ଦେୟ ମଧ୍ୟ ବୃଦ୍ଧି କରାଯିବ ବୋଲି କୁହାଯାଇଛି।
ଶନିବାର ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ବାୟୁର ଗୁଣବତ୍ତା ୩୦୦ ଉପରେ ଥିଲା। ଏହି କାରଣରୁ ଆଗାମୀ ଦିନରେ ପରିସ୍ଥିତି ଅଧିକ ଗୁରୁତର ହୋଇପାରେ ବୋଲି ଅନୁମାନ କରାଯାଉଛି। ଦିଲ୍ଲୀ ନିକଟରେ ଥିବା ନୋଏଡା ସ୍ଥିତିରେ ମଧ୍ୟ ଅବସ୍ଥା ଗୁରୁତର ରହିଛି।
ଭାରତୀୟ ପାଣିପାଗ ବିଭାଗ ମୁତାବକ, ଦିଲ୍ଲୀରେ ଶନିବାର ନ୍ୟୁନତମ ତାପମାତ୍ରା ୧୭.୪ ଡିଗ୍ରୀ ରେକର୍ଡ କରାଯାଇଥିଲା, ଯାହା ସାଧାରଣ ତାପମାତ୍ରା ଠାରୁ କମ୍ ଥିଲା। ଏଠାରେ ଲଗାତର ବାୟୁର ଗୁଣବତ୍ତା ଖରାପ ହେବାରେ ଲାଗିଛି।

Leave a Reply

Your email address will not be published. Required fields are marked *